fbpx

PM ମୋଦୀ ଏବଂ ବିଡେନଙ୍କ ବୈଠକରେ ହେବ ନିଷ୍ପତ୍ତି : ଭାରତ-ଆମେରିକା କରିବ ମହାକାଶ ମିଶନ

ନୂଆଦିଲ୍ଲୀ : ଭାରତ ଏବଂ ଆମେରିକା ଶୁକ୍ରବାର ଦିନ କହିଛନ୍ତି ଯେ, ସେମାନେ ବର୍ଷ ଶେଷ ସୁଦ୍ଧା ମାନବ ମହାକାଶ ଉଡ଼ାଣ ପାଇଁ ରଣନୀତିକ ଢାଞ୍ଚା ପ୍ରସ୍ତୁତ କରିବା ପାଇଁ ଆଲୋଚନା ଆରମ୍ଭ କରିଛନ୍ତି । ୨୦୨୪ ମସିହାରେ ଉଭୟ ଦେଶରୁ ଜଣେ ଜଣେ ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଇବାକୁ ଯୋଜନା କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଚନ୍ଦ୍ରର ଦକ୍ଷିଣ ପୋଲରେ ଚନ୍ଦ୍ରଯାନ- 03ର ଅବତରଣ ଏବଂ ଆଦିତ୍ୟ- L1 ସୌର ମିଶନର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଦୁଇ ନେତାଙ୍କ ମଧ୍ୟରେ ୫୨ ମିନିଟ ପର୍ଯ୍ୟନ୍ତ ଆଲୋଚନା ଚାଲିଥିଲା । ଏହା ପରେ ମିଳିତ ବିବୃତ୍ତିରେ କୁହାଯାଇଛି ଯେ, ବାହ୍ୟ ମହାକାଶ ଅନୁସନ୍ଧାନରେ ଆମର ସହଭାଗିତାକୁ ଆହୁରି ଗଭୀର କରିବାକୁ ସ୍ଥିର ହୋଇଛି, ୨୦୨୪ ମସିହାରେ ଇସ୍ରୋ ଏବଂ ନାସା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ମିଳିତ ମିଶନ ପାଇଁ ରୀତିନୀତି ଏବଂ ତାହାର ପରୀକ୍ଷଣ ଉପରେ ମଧ୍ୟ ଆଲୋଚନା ଆରମ୍ଭ କରିଛନ୍ତି । ଏହା ବ୍ୟତୀତ ୨୦୨୩ ଶେଷ ସୁଦ୍ଧା ମାନବ ମହାକାଶ ଉଡ଼ାଣ ପାଇଁ ଏକ ରଣନୀତିକ ଢାଞ୍ଚା ଚୂଡାନ୍ତ କରିବାକୁ ପ୍ରୟାସ ଚାଲିଛି ।

ଜୁନ୍ ମାସରେ ମୋଦିଙ୍କ ଆମେରିକା ଗସ୍ତ ସମୟରେ ବିଡେନ ଘୋଷଣା କରିଥିଲେ ଯେ, ୨୦୨୪ ମସିହାରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଜଣେ ମହାକାଶଚାରୀଙ୍କୁ ପଠାଇବା ପାଇଁ ଭାରତ ଏବଂ ଆମେରିକା ସହଯୋଗ କରୁଛନ୍ତି ।

Get real time updates directly on you device, subscribe now.