fbpx

ଏଆଇ ଦୁନିଆରେ ନିଜର ସ୍ଥିତିକୁ ଜାହିର କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌, ମୁକେଶ ଅମ୍ବାନୀ କଲେ ଆମରିକାର ଏହି କମ୍ପାନୀ ସହ ଏକ ବଡ ଡିଲ୍

ନୂଆଦିଲ୍ଲୀ: ଗତ କିଛିଦିନ ତଳେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍‌ର ୪୬ ତମ ବାର୍ଷିକ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମଡେଲକୁ ନେଇ ବଡ ଦାବୀ କରିଥିଲେ । ଏବେ ଏଆଇ ଦୁନିଆରେ ନିଜର ସ୍ଥିତିକୁ ଜାହିର କରିବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଏକ ବଡ ଡିଲ୍ କରିଛି । ଜିଓ ପ୍ଲାଟଫର୍ମ କ୍ଲାଉଡ ଆଧାରିତ ଏଆଇ କମ୍ପ୍ୟୁଟର ମଡେଲ ପ୍ରସ୍ତୁତ କରିବା ଲାଗି ଚିପ୍ ଡିଜାଇନ୍ ଫାର୍ମ ଏନଭିଡିଆ (NVIDIA) ସହ ଚୁକ୍ତି କରିଛି ।
ମିିଳିଥିବା ରିପୋର୍ଟ ଅନୁସାରେ ଆମେରିକାର ଚିପ୍ ନିର୍ମାତା (NVIDIA)  ସହ ହୋଇଥିବା ଏହି ଚୁକ୍ତି ଭାରତରେ ଏଆଇ ଓ ସେମିକଣ୍ଡକ୍ଟର ଚିପ୍ ପ୍ରସ୍ତୁତିକୁ ପ୍ରୋତ୍ସାହନ ଦେବା ଲାଗି ଉଦ୍ଦିଷ୍ଟ ।

ଏହି ବୁଝାମଣା ଦ୍ୱାରା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ର ଡିଜିଟାଲ ସେବା କାରବାରକୁ ଆହୁରି ପ୍ରୋତ୍ସାହନ ମିଳିବ ଯାହା ଜିଓ ପ୍ଲାଟଫର୍ମ ଅଧୀନରେ ଆସୁଛି । ଜିଓ ପ୍ଲାଟଫର୍ମ ପକ୍ଷରୁ ଏକ ବୟାନରେ କୁହାଯାଇଛି ଏଆଇ କ୍ଲାଉଡର ଏହି ନୂତନ ମଡେଲ ସାରା ଦେଶରେ ଗବେଷକ, ଷ୍ଟାର୍ଟଅପ, ବୈଜ୍ଞାନିକ, ଏଆଇ ବିଶେଷଜ୍ଞଙ୍କୁ ସ୍ପିଡ୍ କମ୍ପ୍ୟୁଟିଂ ଓ ହାଇସ୍ପିଡ୍ , ସୁରକ୍ଷିତ କ୍ଲାଉଡ ନେଟୱ୍ୱାର୍କ ଆଦି ସୁବିଧା ଉପଲବ୍ଧ କରାଇବ ।

ଅନ୍ୟପକ୍ଷରେ (NVIDIA) ର ସିଇଓ ଜେନସେନ ହୁଆଙ୍ଗ କହିଛନ୍ତି ଭାରତରେ ଅତ୍ୟାଧୁନିକ ଏଆଇ ସୁପରକମ୍ପ୍ୟୁଟର ନିର୍ମାଣ ଲାଗି ରିଲାଏନ୍ସ ସହ ଚୁକ୍ତି କରି ଆମେ ବହୁତ ଆନନ୍ଦିତ । ଭାରତ ପାଖରେ ସ୍କିଲ, ଡାଟା ଓ ଟ୍ୟାଲେଣ୍ଟ ରହିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍‌ର କହିବା ଅନୁଯାୟୀ (NVIDIA) ଏହି ପରିଯୋଜନା ଲାଗି ଆବଶ୍ୟକ କମ୍ଫ୍ୟୁଟିଂ ପାୱାର ପ୍ରଦାନ କରିବ ଯାହା ରିଲାଏନ୍ସର ଏଆଇ ଆପ ନିର୍ମାଣରେ ସହାୟକ ହେବ ।

Get real time updates directly on you device, subscribe now.