fbpx

ଜନ୍ମଦିନରେ ଖିଲାଡି କୁମାର ଭେଟିଦେଲେ ବଡ ଉପହାର, ୱେଲକମ୍ ୩ର ଟିଜର ସେୟାର ସହିତ କଲେ ରିଲିଜ୍ ଡେଟ୍ ଘୋଷଣା

ନୂଆଦିଲ୍ଲୀ: ଆଜି ବଲିଉଡ୍ ଖିଲାଡି ଅକ୍ଷୟ କୁମାରଙ୍କ ଜନ୍ମଦିନ । ଏହି ଅବସରରେ ଅଭିନେତା ପରିବାର ସହ ମହାକାଳ ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି । ଜନ୍ମଦିନ ଅବସରରେ ଖିଲାଡି କୁମାର ନିଜ ଫ୍ୟାନମାନଙ୍କୁ ବଡ ଉପହାର ଭେଟି ଦେଇଛନ୍ତି । ଜନ୍ମଦିନର ଖାସ୍ ଅବସରରେ ତାଙ୍କର ଆଗାମୀ ଫିଲ୍ମ ୱେଲକମ୍ ୩ କୁ ନେଇ ଘୋଷଣା କରାଯାଇଛି । ଏହା ସହିତ ଫିଲ୍ମର ପ୍ରୋମୋ ବି ଜାରି କରିଦିଆଯାଇଛି ଯାହା ବହୁତ ମଜାଦାର ରହିଛି । ପ୍ରୋମୋରେ ଫିଲ୍ମର ଷ୍ଟାରକାଷ୍ଟ ସହ ରିଲିଜ୍ ଡେଟ୍ ବି ଘୋଷଣା କରି ଦିଆଯାଇଛି ।

ଏହାର ପ୍ରୋମୋରେ ଦେଖିବାକୁ ମିଳୁଛି ଗୋଟିଏ ଫ୍ରେମ୍‌ରେ ଫିଲ୍ମର ପୁରା ଷ୍ଟାରକାଷ୍ଟ ନଜର ଆସୁଛନ୍ତି । ଏଥିରେ ଆପଣଙ୍କୁ ଅକ୍ଷୟ କୁମାର, ସଞ୍ଜୟ ଦତ୍ତ, ଅର୍ଶଦ ୱାରସୀ, ଦିଶା ପାଟନୀ, ରବୀନା ଟଣ୍ଡନ, ଲାରା ଦତ୍ତା, ପରେଶ ରାୱଲ, ଦିଲେର ମେହେନ୍ଦୀ, ମିକା ସିଂହ, ରାଜପାଳ ଯାଦବ, ଜନି ଲିଭରଙ୍କ ସହିତ ବହୁ ନାମୀ କଳାକାର ଦେଖିବାକୁ ମିଳିବେ । ଏହିସବୁ କଳାକାର ଆପଣଙ୍କୁ ହସାଇ ହସାଇ ବେଦମ କରିଦେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ।

ପ୍ରୋମୋ ସହିତ ଫିଲ୍ମର ରିଲିଜ୍ ଡେଟ୍ ବି ସାମ୍ନାକୁ ଆସିଛି । ଅହମ୍ମଦ ଖାନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଆଗାମୀ ବର୍ଷ ୨୦ ଡିସେମ୍ବରରେ ରିଲିଜ୍ ହେବ । ଏହି ଫିଲ୍ମର ନିର୍ମାଣ କରୁଛନ୍ତି ଜ୍ୟୋତି ଦେଶପାଣ୍ଡେ ଓ ଫିରୋଜ ନାଡିଆଡୱାଲା । ଜିଓ ଷ୍ଟୁଡିଓର ଅଫିସିଆଲ ‘ଏକ’୍ସରେ ବି ଏହାର ପ୍ରୋମୋ ଜାରି କରାଯାଇଛି ।

Get real time updates directly on you device, subscribe now.