fbpx

ପୁଣି କାଲିଠୁ ବର୍ଷାରେ ଭିଜିବ ରାଜଧାନୀ : ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟରେ ପୁଣି ଆରମ୍ଭ ହେବ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଆଉ ଏକ ଘୂର୍ଣ୍ଣିବଳୟ । ସେପ୍ଟେମ୍ବର ୧୨ରେ ସୃଷ୍ଟି ହେବ ଏହି ଘୂର୍ଣ୍ଣିବଳୟ, ଏନେଇ କାଲିଠାରୁ ରାଜ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ । ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼଼ଘଡି଼ ମାରିବାର ସମ୍ଭାବନା ଥିବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତା କାଲି ଠାରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ ୧୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ୧୨ ତାରିଖରୁ ବର୍ଷାର ପରିମାଣ ଓ ବିସ୍ତତୃି ବଢିବା ନେଇ ପାଣିପାଗ ବିଭାଗ ଆଗୁଆ ଆକଳନ କରିଛି । ଏହି ବର୍ଷା ରାଜ୍ୟରେ ତିନି ଦିନ ଧରି ଲାଗି ରହିବ । ଏହି ଘୂର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଢେଙ୍କାନାଳ, ଯାଯପୁର, କଟକ, ଅନୁଗୁଳ, ଖୋର୍ଦ୍ଧା, ବୌଦ୍ଧ, ନାୟାଗଡ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ଗଜପତି, ନବରଙ୍ଗପୁର ଏବଂ କୋରାପୁଟ ଆଦି ସ୍ଥାନରେ ଘୂର୍ଣ୍ଣିବଳୟର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ଘଡଘଡି ସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭୦ମିମିରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଇଛି । ଏନେଇ ପାଣିପାଗ ବିଭାଗର କର୍ମଚାରୀ ଟ୍ୱିଟ କରି ଆଗୁଆ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.