fbpx

ବ୍ରହ୍ମପୁର ଶଶିଭୂଷଣ ରଥ ସ୍ୱୟଂଶାସିତ ମହିଳା କଲେଜ ଭିଡିଓ ଭାଇରାଲ ହେବା ପରେ ପ୍ରକାଶ ପାଇଲା ତତ୍ପରତା, ଏଣିକି କଲେଜରେ ରିଲ୍ସ ମନା 

ଓଡିଶା ଭାସ୍କର; ଭିଡିଓ ଭାଇରାଲ ହେବା ପରେ କଲେଜ ପକ୍ଷରୁ ତତ୍ପରତା ପ୍ରକାଶ ପାଇଲା । ବ୍ରହ୍ମପୁର ଶଶିଭୂଷଣ ରଥ ସ୍ୱୟଂଶାସିତ ମହିଳା କଲେଜରେ ଏଣିକି ରିଲ୍ସ କରିବାକୁ ବାରଣ କରାଯାଇଛି । କଲେଜ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କଲେଜ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ଉକ୍ତ କଲେଜର ଚାରି ମହଲା କୋଠା ୫୦ ଫୁଟ ଉପରେ ବିପଜ୍ଜନକ ଭାବେ ଭାବେ ଦୁଇ ଜଣ ଛାତ୍ରୀ ରିଲ୍ସ କରୁଥିବା ଭିଡିଓ ଭାଇରାଲ ହୋଇଥିଲା । କୋଠାର କାନ୍ଥ ଧାରରେ ଛିଡା ହୋଇ ଦୁଇ ଜଣ ଛାତ୍ରୀ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରି ରିଲ୍ସ ଭିଡିଓ ପ୍ରସ୍ତୁତ କରୁଥିଲେ । କ୍ୟାମେରା ମ୍ୟାନ ଭାବେ ଏହି ଦୁଇ ଛାତ୍ରୀଙ୍କୁ ଆଉ ଜଣେ ଛାତ୍ରୀ ସାହାଯ୍ୟ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ କେହି ଜଣେ ଉତ୍ତୋଳନ କରି ସୋସିଆଲ ମିଡ଼ିଆ ଛାଡିଥିଲେ ।

ବିପଜ୍ଜନକ ଭିଡିଓଟି ଭାଇରାଲ ହେବା ପରେ ଏହାକୁ ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ଭିଡିଓଟି ବ୍ରହ୍ମପୁରର ଶଶିଭୂଷଣ ରଥ ସ୍ୱୟଂଶାସିତ ମହିଳା କଲେଜରୁ ଆସିଥିଲା ବୋଲି ଜଣାପଡିଥିଲା । ଛାତ୍ରୀମାନେ ରିଲ୍ସ କରିବା ନିଶାରେ ଏଭଳି ବାରମ୍ବାର କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କଲେଜ ପରିସରରେ ରିଲ୍ସ କରିବାକୁ ମନା କରିଛି କଲେଜ କତୃପକ୍ଷ ।

Get real time updates directly on you device, subscribe now.