fbpx

(Video) G-20 ସମ୍ମିଳନୀର ସମାପ୍ତ ଘୋଷଣା କଲେ ପ୍ରଧାନମନ୍ତ୍ରୀ: ବ୍ରାଜିଲକୁ ସଭାପତିତ୍ୱ ଦେଲେ ମୋଦୀ

ନୂଆଦିଲ୍ଲୀ: ଆଜି ଭାରତ ମଣ୍ଡପମ୍ ରେ ଶେଷ ହୋଇଛି ଜି-୨୦ ସମ୍ମିଳନୀ । ‘ୱାନ୍ ଫ୍ୟୁଚର’ ବିଷୟ ଉପରେ ଚର୍ଚ୍ଚା ସହିତ ଜି-୨୦ ସମିଟ ସମାପନର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେବେ ମିଟିଙ୍ଗରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିର ସମୀକ୍ଷା କରିବା ପାଇଁ ଆସନ୍ତା ନଭେମ୍ବର ଶେଷରେ ଏକ ଭର୍ଚୁଆଲ ମାଧ୍ୟମରେ ପୁଣିଥରେ ଆଲୋଚନା କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ସାରା ବିଶ୍ୱରେ ଆଶା ଏବଂ ଶାନ୍ତିର ସଞ୍ଚାର ହେଉ ବୋଲି କହିବା ସହ ୧୪୦ କୋଟି ଭାରତୀୟଙ୍କ ମଙ୍ଗଳକାମନା କରି ସମ୍ମିଳନୀକୁ ଶେଷ କରିଛନ୍ତି ପ୍ରଧାନମନ୍ତ୍ରୀ ।

ବୈଠକର ଶେେରେ ମୋଦୀ କହିଛନ୍ତି ଯେ, ଭାରତ ନିକଟରେ ନଭେମ୍ବର ପର୍ଯ୍ୟନ୍ତ ଜି-୨୦ର ଅଧ୍ୟକ୍ଷତା ରହିଛି । ଏବେ ବି ଭାରତ ପାଖରେ ଅଢେଇ ମାସ ସମୟ ବାକି ରହିଛି । ତେବେ ଏହି ୨ ଦିନର ବୈଠକରେ ଆପଣମାନେ ଅନେକ କଥା କହିଛନ୍ତି ଏବଂ ଅନେକ ପ୍ରସ୍ତାବ ରଖିଛନ୍ତି । ବର୍ତ୍ତମାନ ଏହି ପ୍ରସ୍ତାବଗୁଡ଼ିକୁ ପ୍ରଗତିଶୀଳ କରିବା ଆମର ଦାୟିତ୍ୱ ବୋଲି କହିଛନ୍ତି ପିଏମ ମୋଦୀ । ତେବେ ନଭେମ୍ବର ଶେଷରେ ଜି-୨୦ର ଏକ ଭର୍ଚୁଆଲ ସେଶନ ରଖିବା ପାଇଁ ସେ ପ୍ରସ୍ତାବ ରଖିଛନ୍ତି । ଏହି ସେଶନରେ ଏହି ସମିଟର ବିଭିନ୍ନ ନିଷ୍ପତ୍ତିଗୁଡ଼ିକ ବିଷୟରେ ଆଲୋଚନା କରାଯିବ ।

ଏହାପରେ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରି ଜି-୨୦ ସମ୍ମିଳନୀର ସମାପନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୱାନ୍ ଆର୍ଥ, ୱାନ ଫ୍ୟାମିଲି ଏବଂ ୱାନ ଫ୍ୟୁଚରର ରୋଡମ୍ୟାପ୍ ସଫଳତ ହେଉ ବୋଲି ସେ ଆଶା ରଖିଛନ୍ତି । ଏହାସହିତ ସାରା ବିଶ୍ୱରେ ଶାନ୍ତି ଏବଂ ଆଶାର ସଞ୍ଚାର ହେବା ନେଇ ସେ କାମନା କରିଛନ୍ତି । ଏହାସହତ ଭାରତର ୧୪୦ କୋଟି ନାଗରିକଙ୍କୁ ଧନ୍ୟବାଦ୍ ଦେଇ ଜି-୨୦ ସମ୍ମିଳନୀ ଶେଷ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Get real time updates directly on you device, subscribe now.