fbpx

‘ଲାଡଲୀ ବେହେନା’ ସମ୍ମିଳନୀରେ ଭାବୁକ ହୋଇପଡିଲେ ମୁଖ୍ୟମନ୍ତ୍ରୀ, ଭଉଣୀମାନଙ୍କ ଉଦ୍ଦେଶ୍ୟରେ ଗାଇଲେ ବଲିଉଡ୍‌ର ଏହି ଗୀତ

ଗ୍ୱାଲିୟର: ମଧ୍ୟପ୍ରଦେଶ ଗ୍ଲାଲିୟର ଜିଲ୍ଲାରେ ୧୦ ସେପ୍ଟେମ୍ବରରେ ଲାଡଲୀ ବେହେନା ସମ୍ମିଳନୀର ଆୟୋଜନ ହୋଇଥିଲା । ଏହି ଅବସରରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟର ଭଉଣୀଙ୍କ ଖାତାକୁ ପଇସା ଟ୍ରାନ୍ସଫର କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଭଉଣୀମାନଙ୍କ ଉଦ୍ଦେଶ୍ୟରେ ଏକ ବଲିଉଡ୍ ଫିଲ୍ମ ଗୀତ , ଫୁଲୋ କା ତାରୋ କା ସବକା କହନା ହୈ.., ଔର ନେହିଁ ମେ ନେହିଁ ଦେଖ ସକତା ତୁଝେ ରୋତେ ହୁଏ..ପରି ଗୀତ ଗାଇଥିଲେ । ଏହି ଅବସରରେ ସେ କହିଥିଲେ ମୋ ଭଉଣୀମାନଙ୍କ ଜୀବନରେ ମୁଁ କଣ୍ଟା ରହିବାକୁ ଦେବି ନାହିଁ । ମୋ ଭଉଣୀ ଓ ମୋ ମଧ୍ୟରେ କେବଳ ରାକ୍ଷୀର ସଂପର୍କ ନୁହେଁ ପ୍ରେମର ସଂପର୍କ ବି ରହିଛି ।

ଏହି ଅବସରରେ ସେ କହିଥିଲେ ଆଜି ମୁଁ ଭଗବାନଙ୍କୁ ପ୍ରାର୍ଥନା କରିଛି ଯେ, ମୋ ରାଜ୍ୟରେ ବର୍ଷା ହେଉ । ଭଗବାନଙ୍କ ଆଶୀର୍ବାଦ ଓ ଭଉଣୀମାନଙ୍କ ଶୁଭ କାମନାରୁ ରାଜ୍ୟରେ ଭଲ ବର୍ଷା ହେଉଛି । ମୁଁ ଭଗବାନଙ୍କୁ ପ୍ରର୍ଥନା କରିଛି ଯେ, ମୋ ଭଉଣୀମାନଙ୍କ ଦୁଃଖ ମୋତେ ଦେଇଦିଅ । ମୋ ଭାଗ୍ୟରେ ଥିବା ସମସ୍ତ ସୁଖ ସେମାନଙ୍କୁ ଦେଇଦିଅ ।

ସେ କହିଛନ୍ତି ଲାଡଲି ବେହେନା କେବଳ ଏକ ଯୋଜନା ନୁହେଁ ବରଂ ଏହା ଏକ ଆନ୍ଦୋଳନ । ଏହି ଆନ୍ଦୋଳନ ମୋ ଭଉଣୀମାନଙ୍କ ଜୀବନକୁ ମଜଭୁତ କରିବ । ସେ କହିଛନ୍ତି ଭଉଣୀଙ୍କ ଜୀବନକୁ ସୁଖମୟ କରିବାକୁ ମୋ ପାଖରେ ପୁରା ପ୍ୟାକେଜ୍ ରହିଛି । ଲାଡଲୀ ବେହେନା ଯୋଜନା ଲାଗି ସରକାର ୧୬ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଭଉଣୀମାନଙ୍କ ଦାୟିତ୍ୱ ନେବା ସହିତ ସେମାନଙ୍କ ପିଲାମାନଙ୍କ ଦାୟିତ୍ୱ ବି ମାମା ଶିବରାଜ ନେଉଛନ୍ତି ।

Get real time updates directly on you device, subscribe now.