fbpx

ଘର ବିକ୍ରି କରିବାକୁ ମନା କରିବାରୁ ବାଥରୁମରେ ସ୍ତ୍ରୀ’କୁ…., ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

ନୂଆଦିଲ୍ଲୀ : ନୋଏଡାର ସେକ୍ଟର-୩୦ରେ ଥିବା ଘରେ ରବିବାର ଦିନ ଏକ ଶବ ଉଦ୍ଧାର ହୋଇଥିଲା । ଶବ ଥିଲା ସୁପ୍ରିମ କୋର୍ଟର ମହିଳା ଓକିଲଙ୍କର । ୨ ଦିନ ଫୋନ ନ ଉଠାଇବାରୁ ମହିଳା ଓକିଲଙ୍କ ଭାଇ ପୋଲିସରେ ଖବର ଦେଇଥିଲେ । ଏହା ପରେ ଘରର ତାଲା ଭାଙ୍ଗି ମହିଳାଙ୍କ ଶବ ବାଥରୁମରୁ ଉଦ୍ଧାର କରାଗଲା । ଏହି ଘଟଣାରେ ସ୍ୱାମୀ ଫେରାର ଥିବା ସୂଚନା ପୋଲିସକୁ ମିଳିଥିଲା କିନ୍ତୁ ରାତିରେ ଘରର ତଲାସି ନେବା ପରେ ଜଣା ପଡିଲା ମହିଳା ଓକିଲଙ୍କ ସ୍ୱାମୀ ସେହି ଘର ଷ୍ଟୋର ରୁମ ମଧ୍ୟରେ ଲୁଚି ରହିଛନ୍ତି । ଏବେ ତାଙ୍କ ସ୍ୱାମୀକୁ ପଚରା ଉଚରା ଜାରି ରହିଛି ।

ସୁପ୍ରିମ କୋର୍ଟର ଓକିଲ ରେଣୁ ସିହ୍ନା ନୋଏଡାର ସେକ୍ଟର ୩୦ରେ ରହୁଥିଲେ । ତାଙ୍କ ବୟଷ ୬୧ ବର୍ଷ । ତେବେ ରବିବାର ଦିନ ଘର ଭିତରେ ତାଙ୍କର ରହସ୍ୟ ଭାବରେ ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ଭାଇଙ୍କ ସୂଚନା ପରେ ତାଙ୍କ ଘର ତାଲା ଭଙ୍ଗା ଯାଇଥିଲା । ଯାହା ଫଳରେ ଘଟଣା ସାମ୍ନାକୁ ଆସିଥିଲା । ବାଥରୁମ ଭିତରୁ ତାଙ୍କ ଶବ ଯେତେବେଳେ ଉଦ୍ଧାର କରାଗଲା ସେତେବେଳେ ଦେଖିବାକୁ ମିଳିଲା ମହିଳାଙ୍କ ଶବ ରକ୍ତଜୁଡୁବୁଡୁ ଅବସ୍ଥାରେ ଥିଲା । ଏହା ଦେଖିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲା ।

ସୂଚନାଅନୁସାରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହ ଏଠାରେ ରୁହନ୍ତି ତାଙ୍କ ପୁଅ ଆମେରିକାରେ ରୁହେ ସେ ବର୍ଷକୁ ଥରେ କିମ୍ବା ୨ ଥର ଭାରତ ଆସିଥାଏ । ମହିଳାଙ୍କ ଭାଇ ତାଙ୍କ ଭିଣୋଇଙ୍କ ଉପରେ ଆରୋପ ଲଗାଇ କହିଛନ୍ତି ସେ ତାଙ୍କ ଭଉଣୀଙ୍କୁ ସବୁବେଳେ ଖରାପ ବ୍ୟବହାର କରୁଥିଲା । ଏବଂ ହତ୍ୟାର ଆରୋପ ମଧ୍ୟ ତାଙ୍କ ଭିଣୋଇଙ୍କ ଉପରେ ଲଗାଇଛନ୍ତି । ଘଟଣା ପରେ ପୋଲିସ ଯେତେବେଳ ପତୀଙ୍କୁ ଖୋଜିଥିଲା ପାଇ ନଥିଲେ କିନ୍ତୁ ପରେ ରାତି ୩ ଟାରେ ମହିଳାଙ୍କ ସ୍ୱାମୀଙ୍କୁ ଷ୍ଟୋର ରୁମ ମଧ୍ୟରୁ ଠାବ କରାଗଲା । ଏବେ ତାଙ୍କୁ ପଚରାଉଚରା ଜାରି ରହିଛି ।

ସାସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସ୍ୱାମୀସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା । ଗୋଟିଏ ଘରେ ରହି ମଧ୍ୟ ସେମାନେ ଅଲଗା ଅଲଗା ରହୁଥିଲେ । ଦୁହିଁଙ୍କ ମଧ୍ୟରେ ଦେଖା ଦେଇଥିବା ଏହି କଳହର କାରଣ ହେଉଛି ତାଙ୍କ ବଙ୍ଗଳା ବିକ୍ରି । ଘର ବିକ୍ରିକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ତେବେ ମହିଳା ଓକିଲ ଘର ବିବାକୁ ଚାହୁଥିଲେ ଏପରିକି ସେ ଜଣେ ଲୋକଠାରୁ ଆଡଭାନ୍ସ ଟଙ୍କା ମଧ୍ୟ ରଖିଥିଲେ । କିନ୍ତୁ ତାଙ୍କ ସ୍ୱାମୀଙ୍କୁ ଏହା ପସନ୍ଦ ନଥିଲା ଯାହା ଫଳରେ ସେ ଏହି ହତ୍ୟା କରିଥିବା ସଦେହ କରାଯାଉଛି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

 

Get real time updates directly on you device, subscribe now.