IIT ଭୁବନେଶ୍ୱରରେ ନିଯୁକ୍ତି ଦିଆଯିବ: ସେପ୍ଟେମ୍ବର ୧୨ ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ୭ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଆସିଷ୍ଟାଷ୍ଟ ମ୍ୟାନେଜର, ପ୍ରୋଗ୍ରାମ ଆସୋସିଏଟ, ଟେକ୍ନିକାଲ ଅଧିକାରୀ, କନିଷ୍ଠ ଯନ୍ତ୍ରୀ / ଟେକ୍ନିକାଲ ଷ୍ଟାଫ, ଅଫିସ ଆସିଷ୍ଟାଣ୍ଟ, ମଲ୍ଟି-ଟାସ୍କିଂ ଷ୍ଟାଫ ଆଦି ପଦରେ ପ୍ରାର୍ଥୀମାନେ ଚାକିରି କରିପାରିବେ ।

ସମସ୍ତ ପଦ ପାଇଁ ଅଲଗା ଅଲଗା ଦରମା ରହିଛି । ମଲ୍ଟି-ଟାସ୍କିଂ ପଦ ପାଇଁ ୧୮-୨୫ ହଜାର, ଅଫିସ ଆସିଷ୍ଟାଣ୍ଟ ପାଇଁ ୨୫-୩୦ ହଜାର, ଟେକ୍ନିକାଲ ଷ୍ଟାଫ ପାଇଁ ୩୦-୪୦ ହଜାର, ଟେକ୍ନିକାଲ ଅଧିକାରୀ ପାଇଁ ୪୦-୫୦ ହଜାର, ପ୍ରୋଗ୍ରାମ ଆସୋସିଏଟ ପାଇଁ ୪୦-୫୦ ହଜାର, ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ୪୦-୫୦ ହଜାର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପାଇଁ ୧-୧.୪ ଲକ୍ଷ ଟଙ୍କା ଦରମା ରହିଛି ।

ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ପ୍ରାର୍ଥୀଙ୍କୁ ସାକ୍ଷାତକାର / ଟେଷ୍ଟ ପାଇଁ କୌଣସି ଟିଏ / ଡିଏ ଦିଆଯିବ ନାହିଁ । ଆପ୍ଲିକେସନ ଆଧାରରେ ପ୍ରାର୍ଥୀଙ୍କ ଶର୍ଟଲିଷ୍ଟ କରାଯିବ । ଲିଖିତ ପରୀକ୍ଷା / ଦକ୍ଷତା ପରୀକ୍ଷା / ଟେକ୍ନିକାଲ / ବ୍ୟକ୍ତିଗତ ସାକ୍ଷାତକାର ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ପଦ ଅନୁଯାୟୀ ଚୟନ ନେଇ ପ୍ରାର୍ଥୀଙ୍କୁ ପରେ ସୂଚିତ କରାଯିବ ।

ନୋଟିଫିକେସନ ଲିଙ୍କ: https://rep.iitbbs.ac.in/assets/Adv_Appl_Aug2023.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.iitbbs.ac.in/