fbpx

ଆମେରିକାର ଚେତାବନୀ ସତ୍ତ୍ୱେ ଘରୋଇ ଟ୍ରେନରେ ରୁଷିଆରେ ଯାଇ ପହଞ୍ଚିଲେ କିମ୍ ଜଙ୍ଗ ଉନ୍ , କ’ଣ ରହିଛି ଡିଲ୍‌

ମସ୍କୋ: ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ ଏବେ ରୁଷିଆରେ ପହଞ୍ଚିଛନ୍ତି । ଜାପାନ ମିଡିଆ ରିପୋର୍ଟ ଅନୁଯାୟୀ ଏକ ଘରୋଇ ଟ୍ରେନରେ କିମ୍ ରୁଷିଆରେ ପହଞ୍ଚି ଯାଇଛନ୍ତି । କିମ୍‌ଙ୍କ ସହିତ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା କମ୍ପାନୀ ସହ ଜଡିତ ଲୋକମାନେ ମଧ୍ୟ ଯାଇଛନ୍ତି । ସେ ସେଠାରେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ଆମେରିକା ଦୁଇ ଦେଶ ମଧ୍ୟରେ ବୈଠକକୁ ନେଇ ଚେତାବନୀ ଜାରି କରିଛି । ଆମେରିକା କହିଛି ଏହି ଦୁଇ ଦେଶ ମଧ୍ୟରେ କୌଣସି ବି ଅସ୍ତ୍ରଶସ୍ତ୍ର ଚୁକ୍ତିକୁ ଆମେ ପ୍ରଶୟ ଦେବୁ ନାହିଁ । ଏହା ସତ୍ତ୍ୱେ ବି କିମ୍ ରୁଷରେ ପହଞ୍ଚି ଯାଇଛନ୍ତି । ରବିବାର କିମ୍ବ ଉତ୍ତରକୋରିଆ ରାଜଧାନୀ ପ୍ୟୋଙ୍ଗୟାଙ୍ଗରୁ ଘରୋଇ ଟ୍ରେନ୍‌ରେ ଯାତ୍ରା କରି ରୁଷରେ ପହଞ୍ଚିଛନ୍ତି । ତାଙ୍କ ସହିତ ଉତ୍ତର କୋରିଆର ବୈଦେଶିକ ମନ୍ତ୍ରୀ ଓ ଅସ୍ତ୍ରଶସ୍ତ୍ର ବିଶେଷଜ୍ଞ ମଧ୍ୟ ରହିଛନ୍ତି ।

ରୁଷର ପ୍ରବକ୍ତା କହିଛନ୍ତି, କିମ୍ ଜଙ୍ଗ ଉନଙ୍କ ଏହି ଯାତ୍ରା ରାଜକୀୟ ଅଟେ ଓ ଏହା ଦ୍ୱିପାକ୍ଷିକ ବାର୍ତ୍ତା ଲାଗି ଉଦ୍ଦିଷ୍ଟ । ଦୁଇ ଦେଶର ପ୍ରତିନିଧି ମଣ୍ଡଳଙ୍କ ମଧ୍ୟରେ ଆଲୋଚନା ହେବ ଓ ସହମତି ସୃଷ୍ଟି ହେଲେ କିଛି ଚୁକ୍ତି ହେବ । କିନ୍ତୁ କିମ୍‌ଙ୍କ ଏହି ଯାତ୍ରାକୁ ନେଇ ରୁଷର ଖାସାନ୍‌(ଯେଉଁ ସ୍ଥାନରେ କିମ୍ ଅବସ୍ଥାନ କରିଛନ୍ତି) ପ୍ରଶାସନ କିଛି କହିବାକୁ ମନା କରିଦେଇଛି । ଏହି ସ୍ଥାନରେ ବ୍ଲାଦିମିର ପୁଟିନ ପହଞ୍ଚି କିମ୍‌ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଦୁଇ ନେତାଙ୍କ ସାକ୍ଷାତ ବିଷୟରେ ପୂର୍ବରୁ ଆମେରିକା ସୂଚନା ଦେଇ ସାରିଥିଲା । ଆମେରିକା ସୂଚନା ଦେଇଥିଲା ଯେ, ଉତ୍ତର କୋରିଆ ପକ୍ଷରୁ ରୁଷ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଣ କରାଯିବା ନେଇ ସହମତି ସୃଷ୍ଟି ହୋଇପାରେ ।

ଉତ୍ତର କୋରିଆର ଏକ ନ୍ୟୁଜ୍ ଏଜେନ୍ସୀ କହିଛି କିମ୍ ନିଜ ସହ ନିଜ ଦଳର ବହୁ ନେତାଙ୍କୁ ବି ନେଇଛନ୍ତି । ଏହା ବ୍ୟତିତ ସୈନ୍ୟ ଅଧିକାରୀ ବି ବୈଠକରେ ସାମିଲ ହେବେ । ଗତ କିଛି ବର୍ଷ ମଧ୍ୟରେ କିମ୍ ଓ ପୁଟିନଙ୍କ ମଧ୍ୟରେ ଏହା ଦ୍ୱିତୀୟ ସାକ୍ଷାତ । ଏହା ପୂର୍ବରୁ ୨୦୧୯ରେ ଏମାନଙ୍କ ମଧ୍ୟରେ ଭେଟ ହୋଇଥିଲା ।

Get real time updates directly on you device, subscribe now.