fbpx

ଏଣିକି ପ୍ରତିଦିନ ସକାଳ ଜଳଖିଆରେ ସାମିଲ କରନ୍ତୁ ଏହି ଦୁଇଟି ସାମଗ୍ରୀ…ମିଳିବ ଅନେକ ଲାଭ

ଓଡିଶା ଭାସ୍କର; ଏକ ଭଲ ସ୍ୱାସ୍ଥ୍ୟ ପାଇବାକୁ ହେଲେ ଆମକୁ ଅନେକ ପ୍ରକାରର ଉତ୍ତମ ଖାଦ୍ୟ ଖାଇବାକୁ ପଡିବ । ସାଧାରଣତଃ ବଞ୍ଚିବା ପାଇଁ ଆମେ ଖାଦ୍ୟ ଖାଇଥାଉ ହେଲେ ଭଲ ସ୍ୱାସ୍ଥ୍ୟ ସହ ବଞ୍ଚିବାକୁ ହେଲେ ଆମର ଖାଦ୍ୟପେୟ ଧ୍ୟାନ ଦେବାକୁ ପଡିବ । ଅନେକ ଜଣ କୁହନ୍ତି ଗୋଟିଏ ଭଲ ସ୍ୱାସ୍ଥ୍ୟ ପାଇବାକୁ ହେଲେ ଆମକୁ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଭଲ ଭଲ ଖାଦ୍ୟ ବା ପ୍ରୋଟିନ ସହ ଜିମ୍ ଯିବାକୁ ପଡିବ । କିନ୍ତୁ ବାସ୍ତବରେ ତାହାର କୌଣସି ଆବଶ୍ୟକତା ନାହିଁ । ଆପଣ ସାଧାରଣ ଓ କମ୍ ଟଙ୍କାରେ ଏକ ଉତ୍ତମ ସ୍ୱାସ୍ଥ୍ୟ ପାଇପାରିବେ । ଯେପରିକି ଏକ କମ୍ ଖର୍ଚ୍ଚରେ ମିଳୁଥିବା ଖାଦ୍ୟ ହେଉଛି ଦହି ଏବଂ କଦଳୀ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ । ପ୍ରତିଦିନ ସକାଳ ଜଳଖିଆରେ ଏହି ଦୁଇଟି ସାମଗ୍ରୀ ସାମିଲ କରିବା ଦ୍ୱାରା, ଏହା ସ୍ୱାସ୍ଥ୍ୟପକ୍ଷେ ଲାଭଦାୟକ ହୋଇଥାଏ । ଅନେକ ରୋଗ ବେମାରୀରୁ ରକ୍ଷା କରିବାରେ ଏହା ସାହାଯ୍ୟ କରେ ।

କଦଳୀ: କଦଳୀ ଏକ ଶସ୍ତା ଫଳ ଯାହା ହଜମ କରିବା ଅତି ସହଜ ଅଟେ । ସବୁଜ, ମାଟିଆ, ନାଲି ଏବଂ ଅନ୍ୟ ରଙ୍ଗର କଦଳୀ ମିଳୁଥିବା ବେଳେ ବଜାରରେ ହଳଦିଆ ରଙ୍ଗର କଦଳୀ ଅଧିକ ଉପଲବ୍ଧ ଥାଏ । ବଜାରରେ ଏହାର ଦର ବେଶୀ ବି ନୁହେଁ । କଦଳୀରେ ଭିଟାମିନ, ଆଇରନ, ଫାଇବର ଆଦି ଭରପୁର ମିଳିଥାଏ । ଠିକ୍ ସେହିପରି ଦହିରେ କ୍ୟାଲସିୟମ, ଭିଟାମିନ, ମିନେରାଲ୍ସ ଆଦି ଭରପୁର ରହିଥାଏ ।

ଦହି: କ୍ୟାଲସିୟମ, ରାଇବୋଫ୍ଲାଭିନ, ଫସଫରସ୍ ଏବଂ ଭିଟାମିନ୍ ବି -୧୨ ର ଏକ ଉତ୍କୃଷ୍ଟ ଉତ୍ସ ହେଉଛି ଦହି । ଅନ୍ୟପଟେ ପ୍ରୋଟିନ୍, ଭିଟାମିନ୍, କ୍ୟାଲସିୟମ, ଆଇରନ, ମ୍ୟାଗ୍ନେସିୟମ, ଫସଫରସ ଓ ଫୋଲିକ୍ ଏସିଡ୍ର ଉତ୍ତମ ସ୍ରୋତ ବୋଲି ଦହିକୁ ମଧ୍ୟ କୁହାଯାଏ । ସେଭଳି ଦହିରେ କିଛି ସ୍ୱତନ୍ତ୍ର ଜିନିଷ ମିଶାଇ ଖାଇବା ଦ୍ୱାରା ଏହାର ସ୍ୱାଦ ଦ୍ୱିଗୁଣିତ ହେବା ସହ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ । ଆପଣ ଦହି ସହ କଦଳୀ ଖାଇ ପାରିବେ ଯେଉଁଥିରେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ମିଳପାରିବ ।

  • ନିୟମିତ ଜଳଖିଆରେ କଦଳୀ ଏବଂ ଦହି ଖାଇବା ଫଳରେ କୋଷ୍ଠକଠିନ୍ୟ ଭଳି ଏକ ବଡ଼ ସମସ୍ୟାକୁ ଦୂର କରିବାରେ ତାହା ସାହାଯ୍ୟ କରେ ।
  • କଦଳୀ ଏବଂ ଦହି ଖାଇବା ଦ୍ୱାରା ତାହା ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ ।
  • ଥକ୍କାପଣ ଦୂର କରି ଶରୀରକୁ ଏନର୍ଜି ପ୍ରଦାନ କରେ କଦଳୀ ଓ ଦହି । ତେଣୁ ପ୍ରତିଦିନ ଏହାକୁ ନିଜ ଡାଏଟରେ ସାମିଲ କରି ପାରିବେ ।
  • ସେହିପରି କଦଳୀ ଏବଂ ଦହି ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ । ତେଣୁ ଏହାକୁ ପ୍ରତିଦିନ ଜଳଖିଆରେ ସାମିଲ କରି ପାରିବେ ।
  • ଅନ୍ୟପଟେ ପେଟ ଜନିତ ବିଭିନ୍ନ ସମସ୍ୟା ଦୂର କରିବାରେ ସହାୟକ ହୁଏ କଦଳୀ ଏବଂ ଦହି ।

Get real time updates directly on you device, subscribe now.