fbpx

(Video)”ଫେକ ନ୍ୟୁଜକୁ ବିଶ୍ୱାସ କରନ୍ତୁ ନାହିଁ ..ମୁଁ ବହୁତ ଭଲ ଅଛି ..ସୁଟିଂ ସାରିକି ଆସିଛି “ଅନୁ ଚୌଧୁରୀ

ଓଡିଶା ଭାସ୍କର; ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ କ୍ୟାନ୍ସର ହୋଇଥିବା ଭଳି ଏକ ଗୁଜବ ଖବର ଗତକାଲି ସକାଳୁ ପ୍ରକାଶ ପାଇଥିଲା । ଯାହାକୁ ନେଇ ଅଭିନେତ୍ରୀ ଅନୁ ଚୌଧୁରୀ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏଥିରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କଥା କହିଛନ୍ତି ।

ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି । କିନ୍ତୁ ସୋସିଆଲ ମିଡିଆରେ ମୋ ନାଁରେ ଏକ ମିଛ ଖବର ପ୍ରଚାରିତ ହୋଇ ଚାଲିଛି ବୋଲି ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି । ମୋ ନାଁରେ ମିଛ ଖବର ପ୍ରସାରିତ ହେଉଛି। ଏକ ନ୍ୟୁଜ୍ ପୋର୍ଟାଲ ଏହି ଖବର ପ୍ରକାଶ କରିଛି। ଉକ୍ତ ଖବରର ଲିଙ୍କ୍ ମୁଁ ସାଇବର ଥାନାକୁ ପଠାଇ ଦେଇଛି ବୋଲି କହିଛନ୍ତି ଅନୁ ଚୌଧୁରୀ। ନ୍ୟୁଜ୍ ପୋର୍ଟାଲ ବିରୋଧରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଏହାସହ ଅନୁ କହିଛନ୍ତି, ଏମିତି ଅପପ୍ରଚାର କରନ୍ତୁ ନାହିଁ। ନିଜର ଭ୍ୟୁୟରଶିପ୍, ମନିଟାଇଜେସନ୍ ଓ ସବ୍‌କ୍ରିପ୍‌ସନ୍ ବଢ଼ାଇବା ପାଇଁ ଏମିତି ମିଛ ଖବର ଦିଅନ୍ତୁ ନାହିଁ। ଏହା ସହ ନିକଟରେ ସେ ଏକ ସୁଟିଂ ସାରିକି ଆସିଛନ୍ତି ଓ ବହୁତ ଭଲ ଅଛନ୍ତି ବୋଲି କହିଛନ୍ତି ।

Get real time updates directly on you device, subscribe now.