fbpx
BSKY SKY
BSKY SKY

ଚନ୍ଦ୍ର, ସୂର୍ଯ୍ୟ ମିଶନ ପରେ ଏବେ ଆରମ୍ଭ ସମୁଦ୍ର ମିଶନ : ଜାଣନ୍ତୁ କାହିଁକି ସ୍ୱତନ୍ତ୍ର ଏହି ମିଶନ

BJD

ନୂଆଦିଲ୍ଲୀ : ଭାରତୀୟ ବୈଜ୍ଞାନିକମାନେ ଚନ୍ଦ୍ର ଏବଂ ସୂର୍ଯ୍ୟ ମିଶନ ପରେ ଏବେ ସମୁଦ୍ର ମିଶନ ପାଇଁ ପ୍ରସ୍ତୁତ ହେଉଛନ୍ତି । ଅଗଷ୍ଟ ୨୩ରେ ଚନ୍ଦ୍ରଯାନ ୩ ମିଶନର ସଫଳତା ପରେ ସେପ୍ଟେମ୍ବର ୨କୁ ଆଦିତ୍ୟ ଏଲ-୧ ସୂର୍ଯ୍ୟଙ୍କ ରହସ୍ୟ ଜାଣିବା ପାଇଁ ଯାତ୍ରା ଅବ୍ୟାହତ କରିଲା । ଏହି ସବୁ ମଧ୍ୟରେ ବର୍ତ୍ତମାନ ସମୁଦ୍ରଯାନ ମିଶନ ପଠାଇବାର ପ୍ରସ୍ତୁତି ଚାଲିଛି । ଏହା ମାଧ୍ୟମରେ ବଙ୍ଗୋପସାରର ୬୦୦୦ ମିଟର ଗଭୀରକୁ ‘ମତ୍ସ୍ୟ’ର କ୍ଷୁନ୍ଦ୍ର ବୁଡା ଜାହାଜ ପଠାଇବାକୁ ପ୍ରସ୍ତୁତ ହେଉଛି ।

ସମୁଦ୍ରକୁ ଯିବେ ୩ ଜଣ :
ଏହି ଜାହାଜ ସାହାଯ୍ୟରେ ୩ଜଣ ଲୋକ ସମୁଦ୍ରର ୬୦୦୦ମିଟର ଗଭୀରତାକୁ ଯିବେ । ଏହାର ଆରମ୍ଭ ୫୦୦ ମିଟର ଗଭୀରରୁ ଆରମ୍ଭ ହେବ । ୨ ବର୍ଷ ପର୍ଯ୍ୟନ୍ତ ନିର୍ମାଣ ଚାଲିଥିବା ବେଳେ ‘ମତ୍ସ୍ୟ ୬୦୦୦’ ପ୍ରଥମ ସାମୁଦ୍ରିକ ବ୍ୟବହାରିକ ପରିକ୍ଷଣ ୨୦୨୪ ଚେନ୍ନାଇ ଉପକୂଳ ଅର୍ନ୍ତଗତ ବଙ୍ଗୋପସାଗରରେ କରାଯିବ ବୋଲି ସୂଚନା ମିଳିଛି । ଏଥିରେ ୩ଜଣ ଅନୁସନ୍ଧାନକାରୀ ମଧ୍ୟ ଯିବେ। ସମୁଦ୍ର ମଧ୍ୟରେ ‘କୋବାଲ୍‌ଟ୍‌, ନିକେଲ୍ ଓ ମାଙ୍ଗାନିଜ୍ ଭଳି ମୂଲ୍ୟବାନ ଖଣିଜ ଧାତୁ ସନ୍ଧାନ ପାଇଁ ଏହି ଅଭିଯାନ କରାଯିବ । ଏଥିରେ ୩ଜଣ ଅନୁସନ୍ଧାନକାରୀ ମଧ୍ୟ ଯିବେ । ଏନେଇ ଭାରତୀୟ ବୈଜ୍ଞାନିକମାନେ ସମୁଦ୍ରଯାନ ଲଞ୍ଚ କରିବେ ।

ଏହି ଯାନର ସ୍ୱତନ୍ତ୍ରତା :
୨.୧ ମିଟର ବ୍ୟାସ ବୁଡ଼ାଜାହାଜକୁ ଡିଜାଇନ୍ ଏବଂ ବିକଶିତ କରାଯାଇଛି ।
ମତ୍ସ୍ୟ ୬୦୦୦ର ଓଜନ ପ୍ରାୟ ୨୫ ଟନ ।
୯ ମିଟର ଲମ୍ବ ଏବଂ ୪ ମିଟର ଚଉଡା ଅଟେ ।
ପାନୁବି ତିଆରିରେ ବ୍ୟବହୃତ ୮୦ ମିମି ଟାଇଟାନିୟମ୍ ବ୍ୟବହାର କରାଯାଇଛି ।
ସମୁଦ୍ର ଭିତରେ ୬୦୦ ଗୁଣ ଚାପକୁ ସହ୍ୟ କରିବାକୁ ସମର୍ଥ ହେବ ।
୨୦୨୧ ମସିହାରେ ଭାରତ ସରକାର ଦୀପ ମହାସାଗରକୁ ଯିବା ପାଇଁ ଅନୁମୋଦନ କରିଥିଲେ ।
ପ୍ରଥମ ପର୍ଯ୍ୟୟର ଆରମ୍ଭ ୨୦୨୪ ରେ ସମ୍ଭବ ହେବ ।

Get real time updates directly on you device, subscribe now.