fbpx

ଭାରତ ଠାରୁ ହାରିବା ପରେ ବ୍ୟାକଅପ ପ୍ଲାନ କରୁଛି ପାକିସ୍ତାନ, ଜାଣନ୍ତୁ ତାଙ୍କର ପ୍ଲାନ କ’ଣ…

ଓଡିଶା ଭାସ୍କର; ଏସିଆ କପ ୨୦୨୩ର ସୁପର ୪ ମ୍ୟାଚରେ ଭାରତକୁ ଏକ ବଡ ସଫଳତା ମିଳିଛି । ସୂଚନା ଥାଉକି, ବିରାଟ କୋହଲି ଏବଂ କେଏଲ ରାହୁଲଙ୍କ ଶତକ ସହାୟତାରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ଦେଇଥିଲା । ମାତ୍ର ପାକିସ୍ତାନ ୩୨ ଓଭରରେ ମାତ୍ର ୧୨୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ୨୨୮ ରନରେ ପାକିସ୍ତାନକୁ ପରାସ୍ତ କରି ଭାରତ ବିଜୟ ହାସଲ କରିଛି । ଲଜ୍ଜାଜନକ ଭାବେ ଭାରତ ଠାରୁ ପାକିସ୍ତାନ ପରାସ୍ତ ହୋଇ ଏକ ଶକ୍ତ ଝଟକା ପାଇଛି ।

ସେହିପରି ଅନ୍ୟପଟେ ବାବର ଆଜାମଙ୍କ ଅଧିନାୟକତ୍ୱ ପାକିସ୍ତାନୀ ଦଳକୁ ମଧ୍ୟ ଏକ ଝଟକା ଦେଇଛି। ଏହା ମଧ୍ୟରେ ପାକିସ୍ତାନର ଦ୍ରୁତ ବୋଲର ହାରିସ ରଉଫ ଏବଂ ନାସିମ ଶାହା ଆହତ ହୋଇଛନ୍ତି। ହାରିସ ରଉଫ ଏବଂ ନାସିମ ଶାହାଙ୍କ ସ୍ଥାନରେ ଶହନୱାଜ ଦହାନି ଏବଂ ଜମନ ଖାନଙ୍କୁ ବ୍ୟାକଅପ ପ୍ଲାନ ଭାବେ ପାକିସ୍ତାନ ଦଳରେ ରଖିଛି । ଏହାପୂର୍ବରୁ ଭାରତ ବିପକ୍ଷ ମ୍ୟାଚରେ ହାରିସ ରଉଫ ଏବଂ ନାସିମ ଶାହା ଆହତ କାରଣରୁ ବ୍ୟାଟିଂ କରିବାକୁ ଆସି ନ ଥିଲେ।

ରବିବାର ଭାରତ ବିପକ୍ଷରେ ହାରିସ ରଉଫ ବୋଲିଂ କରିଥିଲେ, କିନ୍ତୁ ଏହା ପରେ ସେ ଆହତ କାରଣରୁ ରିଜର୍ଭ ଡେ’ରେ ବୋଲିଂ କରିପାରିନଥିଲେ। ଏଥି ସହ ହାରିସ ରଉଫ ଏବଂ ନାସିମ ଶାହା ବୋଲିଂ କରିବା ପରେ ବ୍ୟାଟିଂ କରିବାକୁ ଆସି ନ ଥିଲେ। ତେବେ ପାକିସ୍ତାନୀ ଦଳ ପାଇଁ ବାବର ଆଜାମଙ୍କ ନେତୃତ୍ୱରେ ହାରିସ ରଉଫ ଏବଂ ନାସିମ ଶାହାଙ୍କ ଆହତ ଏକ ବଡ଼ ଝଟକା ବୋଲି କୁହାଯାଉଛି । ଏବେ ବ୍ୟାକଅପ ପ୍ଲାନ ଭାବେ ଶହନୱାଜ ଦହାନି ଏବଂ ଜମନ ଖାନ ଦଳ ପାଇଁ ଭଲ ପ୍ରଦର୍ଶନ କରିବେ ବୋଲି ପାକିସ୍ତାନ ଟିମ୍ ଆଶା ରଖିଛି ।

Get real time updates directly on you device, subscribe now.