fbpx
BSKY SKY
BSKY SKY

ଆକାଶରେ ପୁଣି ଭାରତ-ପାକ୍ ଫାଇଟର ଜେଟ୍ ହେବେ ସାମ୍ନାସାମ୍ନି, ୨୦୧୯ ପରେ ପୁଣି ହେବ ଡଗ୍ ଫାଇଟ୍‌

BSKY

ନୂଆଦିଲ୍ଲୀ: ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ପରେ ଫେବୃୟାରୀ ୨୦୧୯ରେ ଭାରତ ଓ ପାକିସ୍ତାନ ବାୟୁସେନା ମଧ୍ୟରେ ଶେଷ ଥର ଲାଗି ଆକାଶରେ ଡଗ୍ ଫାଇଟ୍ ହୋଇଥିଲା । ଏବେ ପୁଣି ଆଉଥରେ ଏହି ଦୁଇ ଦେଶର ଫାଇଟର ଜେଟ୍ ଆକାଶରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । କିନ୍ତୁ ଏଥର ମୁକାବିଲା ଭାରତୀୟ ବାୟୁସେନାର ମିଗ୍ ୨୯ ଓ ପାକିସ୍ତାନ ଏୟାରଫୋର୍ସର ଜେଏଫ୍ ୧୭ ମଧ୍ୟରେ ହେବ । ଫରକ କେବଳ ଏତିକି ଏଥର ଏହି ଫାଇଟ୍ ରକ୍ତାକ୍ତ ସଂଘର୍ଷର ରୂପ ନେବ ନାହିଁ । ଏବେ ଏହି ଦୁଇ ଦେଶ ଇଜିପ୍ଟରେ ଆୟୋଜିତ ବହୁ ଦେଶୀୟ ଯୁଦ୍ଧାଭ୍ୟାସ କୌଶଳ ‘ବ୍ରାଇଟ୍ ଷ୍ଟାର ୨୦୨୩’ରେ ସାମିଲ ହୋଇଛନ୍ତି ।

ଏହା ପୂର୍ବରୁ ୨୦୧୯ରେ ଆଇଏଏଫ୍‌ର ମିଗ୍ ୨୧ ବାଇସନ୍ ଓ ପିଏଏଫର ଏଫ୍ ୧୬ ମଧ୍ୟରେ ହୋଇଥିବା ଡଗ୍ ଫାଇଟ୍ ସମୟରେ ଭାରତ ପାକିସ୍ତାନକୁ କଡା ଜବାବ ଦେଇଥିଲା । ଏହି ସମୟରେ ବାୟୁସେନା ପାଇଲଟ ଅଭିନନ୍ଦନଙ୍କୁ ପାକିସ୍ତାନ ବନ୍ଦୀ କରି ନେଇଥିଲା । ପରବର୍ତ୍ତୀ ସମୟରେ ପାକିସ୍ତାନ ଅଭିନନ୍ଦନଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲା । ଏବେ ଇଜିପ୍ଟରେ ଆରମ୍ଭ ହୋଇଥିବା ଟ୍ରାଇସର୍ଭିସ ମଲ୍ଟିନ୍ୟାସନାଲ ଅଭ୍ୟାସ ୩୧ ଅଗଷ୍ଟରୁ ଆରମ୍ଭ ହୋଇଛି ଯାହା ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ।

ଭାରତ ପ୍ରଥମ ଥର ଲାଗି ଏହି ଅଭ୍ୟାସରେ ଭାଗ ନେଉଛି । ଏହି ଅଭ୍ୟାସ ସମୟରେ ଭାରତୀୟ ବାୟୁସେନାର ଆଇଏଲ୍ ୭୮ ଟ୍ୟାଙ୍କର ଜରିଆରେ ମିଶରର ମିଗ୍ ୨୯ ଓ ରାଫେଲରେ ଆକାଶରେ ହିଁ ଇନ୍ଧନ ଭର୍ତ୍ତି କରାଯାଇଛି । ଭାରତୀୟ ବାୟୁସେନାର ୫ ମିଗ୍ ୨୯ ଅପଗ୍ରେଡ୍‌, ୨ ଆଇଏଲ୍ ୭୮, ୨ ସି ୧୩୦, ୨ସି ୧୭ ଗ୍ଲୋବ ମାଷ୍ଟର ଏଥିରେ ଅଂଶଗ୍ରହଣ କରିଛନ୍ତି । ପାକିସ୍ତାନ ମଧ୍ୟ ଏହି ଯୁଦ୍ଧାଭ୍ୟାସରେ ସାମିଲ ହୋଇଛି । ପାକିସ୍ତାନର ଜେଏଫ୍ ୧୭ ଫାଇଟରକୁ ଏଠାକୁ ପଠାଯାଇଛି । ତେବେ ଏଥର ଆକାଶରେ ଏହି ଜେଏଫ୍ ୧୭ ଭାରତୀୟ ମିଗ୍ ୨୯ ସହ ସାମ୍ନାସାମ୍ନି କରିବ ।

Get real time updates directly on you device, subscribe now.