fbpx

ନିଟ ପାଇଁ ପ୍ରସ୍ତୁତ ହେଉଥିବା ନାବାଳିକାଙ୍କ ଆତ୍ମହତ୍ୟା : ତଦନ୍ତ ଜାରି ରଖିଛି ପୋଲିସ

ରାଜସ୍ଥାନ : ରାଜସ୍ଥାନର କୋଚିଙ୍ଗ ହବ କୋଟାରେ ନିଟ ପକ୍ଷାର ପ୍ରସ୍ତୁତି କରୁଥିବା ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି । ଛାତ୍ରୀଙ୍କ ନାମ ହେଉଛି ରିଚା ସିଂ ।ପରୀକ୍ଷାରେ ପାସ ନକରିବାରୁ ସେ ଏଭଳି ନିଷ୍ପତି ନେଇଥିଲେ । ଏହି ଘଟଣାର ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲା । ଏହାପରେ ଶବକୁ ସଂରକ୍ଷିତ ରଖା ଯାଇଛି । ଅନ୍ୟ ପକ୍ଷରେ ବିଜ୍ଞାନ ନଗର ଥାନା ପୋଲିସ ଏହାର ଯାଞ୍ଚ କରୁଛି ।

ଏହା ପୂର୍ବରୁ ରାଜସ୍ଥାନର ଭିଲିୱାରାରୁ ଏକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ଏଠାରେ ନ୍ୟାୟପାଳିକା ସର୍ବିସ ପରୀକ୍ଷାରେ ଫେଲ ହେବା ପରେ ଜଣେ ଯୁବତୀ ପଙ୍ଖାରେ ଫାଶି ଦେଇ ଆତ୍ମହତ୍ୟା କରିଥିଲେ । ଯୁବତୀ ଜଣକ ହେଉଛନ୍ତି ୨୮ ବର୍ଷର । ଯୁବତୀଙ୍କ ମୃତ୍ୟୁ ପରେ ଯୁବତୀଙ୍କ ରୁମରୁ ୨ ପୃଷ୍ଠାର ଏକ ସୁଇସାଇଡ ନୋଟ ମିଳିଥିଲା । ସେଥିରେ ଲେଖା ହୋଇଥିଲା ସେ ପରୀକ୍ଷାରେ ପାସ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଫେଲ ହିଁ ହେଲି । ମତେ କ୍ଷମା କରିଦେବ ଭାଇ ଏବେ ମୋ ପାଖରେ ଆଉ ଧର୍ଯ୍ୟ ନାହିଁ । ତେବେ ଆକାଂକ୍ଷା ଆରଯେଏସ ପରୀକ୍ଷାର ପ୍ରସ୍ତୁତି କରୁଥିଲେ ଏବଂ ୧୬ ଅଗଷ୍ଟରେ ଏହାର ରେଜଲ୍ଟ ମିଳିଥିଲା । ସେଥିରେ ସେ ଫେଲ ହେବା ପରେ ଡିପ୍ରେସନକୁ ପଳାଇଥିଲେ ।

ଏହା ପୂର୍ବରୁ ୧୦ ସେପ୍ଟେମ୍ବରରେ ମଧ୍ୟ କୋଟାରେ ଏକ ଅତ୍ମହତ୍ୟା ଘଟଣା ଘଟିଥିଲା । ଏହି ଆତ୍ମହତ୍ୟା ମାମଲାରେ ମା ଓ ପୁଅ ମିଶି ବିଷ ପିଇ ଆତ୍ମହତ୍ୟା କରିଥିଲେ । ଘଟଣାର ତଦନ୍ତ ପରେ ଜଣା ପଡିଲା ମା ଓ ପୁଅ ଅର୍ଥିକ ସମସ୍ୟା ଦେଇ ଗତି କରୁଥିଲେ । ତେଣୁ ସେମାନେ ଆତ୍ମହତ୍ୟାକୁ ଆପଣାଇଥିଲେ । ପୋଲିସକୁ ଶବ ପାଖରୁ ଏକ ହିସାବ ଡାଏୟୀ ଏବଂ ବିଷ ବୋତଲ ମିଳିଥିଲା । ପୋଲିସ କହିବା ଅନୁସାରେ ଏମାନଙ୍କ ପାଖରୁ କୌଣସି ସୁଇସାଇଡ ନୋଟ ମିଳି ନଥିଲା । କିନ୍ତୁ ପ୍ରଥମିକ ତଦନ୍ତରୁ ଜଣା ପଡୁଛି ଏହା ଆତ୍ମହତ୍ୟା ମାମଲା ।

Get real time updates directly on you device, subscribe now.