fbpx

ବାଦାମବାଡି ଅଞ୍ଚଳରେ ଥିବା ବେଆଇନ୍ ଲିଙ୍ଗ ନିରୂପଣ କେନ୍ଦ୍ରରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ

ଓଡିଶା ଭାସ୍କର: ବେଆଇନ୍ ଭାବେ ଲିଙ୍ଗ ନିରୂପଣ କରିବା ଏକ ବଡ଼ ଅପରାଧ । ସରକାର ଏହା ଉପରେ କଡା କାର୍ୟ୍ୟାନୁଷ୍ଠାନ ନେଉଥିବା ସତ୍ତ୍ୱେ ରାଜ୍ୟରେ ସକ୍ରିୟ ରହିଛି ବେଆଇନ୍ ଲିଙ୍ଗ ନିରୂପଣ କେନ୍ଦ୍ର । ତେବେ ସିଲଭର ସିଟି କଟକରେ ବେଆଇନ୍ ଲିଙ୍ଗ ନିରୂପଣ କେନ୍ଦ୍ର ଚିହ୍ନଟ ହୋଇଛି । ଏହାକୁ ଚିହ୍ନଟ କରିବା ପରେ ସ୍ୱାସ୍ଥ୍ୟ ବିଭାଗ ଚଢାଉ କରିଛି । ବାଦାମବାଡି ଅଞ୍ଚଳରେ ଏହି ଲିଙ୍ଗ ନିରୂପଣ କେନ୍ଦ୍ର ରହିଛି । ଏକ ବେଆଇନ୍ କାମର ସୂଚନା ପାଇ ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ୍ ୩ଟି ସ୍ଥାନରେ ଚଢାଉ ଜାରି କରିଥିଲା । ଏହି ଚଢାଉ ସମୟରେ ସ୍ୱାସ୍ଥ୍ୟ ବିଭାଗ କିଛି ଆପତ୍ତିଜନକ ଯନ୍ତ୍ରପାତି ଜବତ କରିଥିବା ସୂଚନା ରହିଛି ।

Get real time updates directly on you device, subscribe now.