fbpx

ଭିଡିଓ ସେୟାର କରି ମନ୍ତ୍ରୀ ଲେଖିଛନ୍ତି ବିଶ୍ୱାସ ନ ହେଲେ ଗୁଗଲ ଖୋଲି କି ଦେଖ, ଭିଡିଓକୁ ପ୍ରଧାନମନ୍ତ୍ରୀ ମୋଦୀ ବି କଲେ ପ୍ରଶଂସା

ନୂଆଦିଲ୍ଲୀ: ନାଗାଲାଣ୍ଡ ମନ୍ତ୍ରୀ ତେମଜେନ ଇମ୍ନା ଏଲୋଙ୍ଗ ଡୋଙ୍ଗ ଉପତ୍ୟକାର ଏକ ମନମୋହକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଘାଟୀ ଉତ୍ତର ଭାରତୀୟ ରାଜ୍ୟର ସେହି କ୍ଷେତ୍ର ଯେଉଁଠି ପ୍ରଥମ ସୂର୍ଯ୍ୟୋଦୟ ହୋଇଥାଏ । ମନ୍ତ୍ରୀ ଏକ୍ସରେ ଭିଡିଓ ସେୟାର କରି ଲେଖିଛନ୍ତି, ଯଦି ବିଶ୍ୱାସ ନ ହେଉଛି ତେବେ ଗୁଗଲରେ ଖୋଲିକି ଦେଖ ।

ନାଗାଲାଣ୍ଡ ମନ୍ତ୍ରୀ ତେମଜେନ ଇମ୍ନା ଏଲୋଙ୍ଗ ଏକ୍ସରେ ଡୋଙ୍ଗ ଉପତ୍ୟକାର ଏକ ଭିଡିଓ ସେୟାର କରିଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, ଗୁଗଲ ଖୋଲି କି ତ ଦେଖ । ଭିଡିଓରେ ଆକାଶରୁ ଏକ ସଡକର ଦୃଶ୍ୟ ଦେଖିବାକୁ ମିଳୁଛି ଯାହା ପାହାଡି ଅଞ୍ଚଳ ଦେଇ ଯାଇଛି । ଯେତେ ଯେତେ ଭିଡିଓ ଆଗକୁ ଗତି କରୁଛି ଆପଣଙ୍କୁ ସବୁଜ ପାହାଡ, ଘାଟୀ ନଜର ଆସିବ ଯାହା ମନକୁ ପୁରା କିଣିନେବ ।

ଭିଡିଓଟି ସେୟାର ହେବା ପରେ ଏହାକୁ ୧.୮ ଲକ୍ଷରୁ ଅଧିକ ଥର ଦେଖାସରିଲାଣି । କିଛି ଲୋକ ଭିଡିଓ ଉପରେ ସେମାନଙ୍କ ମତ ମଧ୍ୟ ରଖିଛନ୍ତି । ସବୁଠାରୁ ବଡ କଥା ମନ୍ତ୍ରୀଙ୍କର ଏହି ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.