fbpx

ସ୍ପେନ ଗସ୍ତ ସମୟରେ ହଠାତ ଦୌଡିଲେ ୱେଷ୍ଟ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…ହେଲେ କାହିଁକି?

ଓଡିଶା ଭାସ୍କର; ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ୱେଷ୍ଟ ବେଙ୍ଗଲ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ। ନିଜର ଅଭିଭାଷଣ ଓ ବିଜେପି ସରକାରଙ୍କୁ ଟାର୍ଗେଟ କରି ସେ ଚର୍ଚ୍ଚା ପରିସରକୁ ଆସିଥାନ୍ତି। ମାତ୍ର ଆଜି ସେ ଏକ ଭିଡିଓକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସ୍ପେନ ଗସ୍ତ ସମୟରେ ହଠାତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୌଡୁଥିବାର ଦେଖିବାକୁ ମିଳିଥିଲେ। ଯାହାର ଫଟୋ ଓ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ଅନେକ ଜଣ ଘଟଣା ସମ୍ପର୍କରେ ନ ଜାଣି ମନରେ ପ୍ରଶ୍ନ ରଖିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହଠାତ କାହିଁକି ଦୌଡିଲେ।

ବାସ୍ତବରେ ସେ କୌଣସି କାରଣ ନେଇ ଦୌଡୁ ନଥିଲେ ବରଂ ସେ ସକାଳୁ ସକାଳୁ ମର୍ଣ୍ଣିଙ୍ଗ ଓାକ୍ୱ କରି ଦୌଡୁଥିଲେ। ସ୍ପେନର ମାଡ୍ରିଡ ଗସ୍ତ ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଫିଟନେସ ବିବୃତ୍ତି ଦେଇଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ହୋଇଥିବା ଏକ ଭିଡିଓରେ ସେ ତାଙ୍କ ସାଥୀଙ୍କ ସହ ଶାଢ଼ୀ ଏବଂ ସ୍ଲିପର ଜୋତାରେ ସକାଳୁ ସକାଳୁ ମର୍ଣ୍ଣିଙ୍ଗ ଓାକ୍ୱକୁ ଯାଉଥିବାର ନଜର ଆସିଥିଲେ। ଭିଡିଓ ସହିତ ଥିବା କ୍ୟାପସନରେ ଫିଟ୍ ଏବଂ ସୁସ୍ଥ ରହିବାର ଏକ ବାର୍ତ୍ତା ଦିଆଯାଇଛି: “ସତେଜ ସକାଳ…ଏକ ସୁନ୍ଦର ଜଗ୍ ଦିନ ସାରା ଆପଣଙ୍କୁ ଶକ୍ତି ଦେଇପାରେ। ଫିଟ୍ ରୁହନ୍ତୁ, ସମସ୍ତେ ସୁସ୍ଥ ରୁହ! ”

https://www.instagram.com/p/CxKtBMxv8ux/?utm_source=ig_web_copy_link

ସୂଚନା ଥାଉକି, ଏହା ପ୍ରଥମ ଥର ନୁହେଁ ବରଂ ମମତା ବାନାର୍ଜୀ ଫିଟନେସ ପ୍ରତି ନିଜର ଉତ୍ସର୍ଗ ପ୍ରଦର୍ଶନ କରିଛନ୍ତି। ୨୦୧୯ର ଏକ ଭିଡିଓରେ, ସେ ତାଙ୍କ ଦଳର ସଦସ୍ୟଙ୍କ ସହିତ ୧୦ କିଲୋମିଟର ଦୂରତା ଅତିକ୍ରମ କରି ଦାର୍ଜିଲିଂ ପାହାଡରେ ଜଗିଂ କରୁଥିବା ନଜର ଆସିଥିଲେ।

Get real time updates directly on you device, subscribe now.