fbpx

ଆୟୁଷ୍ମାନ ଭାରତ v/s ଆୟୁଷ୍ମାନ ଭବଃ: ପ୍ରଧାନମନ୍ତ୍ରୀଙ୍କ ଉଭୟ ଯୋଜନା ଭିତରେ କ’ଣ ରହିଛି ପାର୍ଥକ୍ୟ?

ନୂଆଦିଲ୍ଲୀ: ଦେଶର ନାଗରିକଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନାରେ ଅନେକ ଲୋକ ସୁବିଧା ପାଉଥିବା ବେଳେ ବର୍ତ୍ତମାନ ଆୟୁଷ୍ମାନ ଭବଃ ଯୋଜନା ଆଣୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେବେ ଆୟୁଷ୍ମାନ ଭାରତ ଯୋଜନା ଏବଂ ଆୟୁଷ୍ମାନ ଭବଃ ମଧ୍ୟରେ ପାର୍ତକ୍ୟ କ’ଣ? ଉଭୟ ଯୋଜନାରେ କ’ଣ ସବୁ ଫରକ ରହିଛି ସେ ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଆୟୁଷ୍ମାନ ଭବଃ ହେଉଛି ଏକ ଅଭିଯାନ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅର୍ଥାତ୍ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ । ତେବେ ମାନବତା ସେବା ସହ ଯୋଡ଼ି ହୋଇ ରହିଥିବାରୁ ମୋଦୀ ଏହି ସମୟରେ ସେବା ଧର୍ମ କରିଥାନ୍ତି । ମୋଦୀଙ୍କୁ ଜନ୍ମଦିନ ଅବସରରେ ସେବା କାର୍ଯ୍ୟରେ ଦେଶର ନାଗରିକ ମାନଙ୍କୁ ସାମିଲ କରାଇଥାନ୍ତି । ତେଣୁ ଜନ୍ମଦିନ ଅବସରରେ ସେ ଏହି ଅଭିଯାନ ଜାରି ରଖିଥାନ୍ତି । ତେବେ ଏହି ଅଭିଯାନରେ ୪ଟି କାମ କରିବେ ପ୍ରଧାନମନ୍ତ୍ରୀ । ଦେଶରେ ୭ କୋଟି ଲୋକ ଆୟୁଷ୍ମାନ ଭାରତ ଯୋଜନାର ଲାଭ ଉଠାଉଛନ୍ତି । ତେବେ ଏମାନଙ୍କ ପାଖରେ କାର୍ଡ ନାହିଁ । ତେବେ ଏହି ଅଭିଯାନରେ ଆୟୁଷ୍ମାନ ଭାରତର କାର୍ଡ ବାଣ୍ଟିବେ ପ୍ରଧାନମନ୍ତ୍ରୀ ।

ଏହାପରେ ମାଣ୍ଡଭୀୟ କହିଛନ୍ତି ଯେ, ଆୟୁଷ୍ମାନ ଭାରତ କାର୍ଡ ଦ୍ୱାରା ପିଏମ ମୋଦୀଙ୍କ ତରଫରୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧାର ଗ୍ୟାରେଣ୍ଟି ଦିଆଯାଇଥାଏ । ତେବେ ଜଣେ ବ୍ୟକ୍ତି କାର୍ଡ ପାଇବା ପରେ ଧନୀ ଲୋକ ଚିକିତ୍ସା ହେଉଥିବା ସ୍ଥାନରେ ଜଣେ ଗରିବ ଲୋକମାନେ ମଧ୍ୟ ଚିକିତ୍ସା ସେବା ପାଇପାରିବେ । ଏହା ଦେଶର ସମସ୍ତ ନାଗରିକମାନଙ୍କ ମଧ୍ୟରେ ସମାନତା ଆଣିଥାଏ । ତେବେ ଯେଉଁ ଗ୍ରାମରେ ସମସ୍ତଙ୍କ ପାଇଁ ଆୟୁଷ୍ମାନ କାର୍ଡ ପ୍ରସ୍ତୁତ ହୋଇ ସାରିଥିବ, ସେଠାରେ ହୋର୍ଡିଙ୍ଗ ଲଗାଯିବା ସହ ସେହି ଗାଁକୁ ଆୟୁଷ୍ମାନ ଗ୍ରାମ ଗୋଷିତ କରାଯିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଏହି ଅଭିଯାନରେ ମୃତବ୍ୟକ୍ତିଙ୍କ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ଦାନ ମଧ୍ୟ କରାଯାଇଥାଏ ।

Get real time updates directly on you device, subscribe now.