fbpx

ବିନା ପ୍ରସ୍ତୁତିରେ ଜୁନିଅରଙ୍କୁ ସୁପ୍ରିମକୋର୍ଟ ପଠାଇଦେଲେ ବରିଷ୍ଠ ଓକିଲ, ଜାଣନ୍ତୁ ତା’ପରେ ହେଲା କ’ଣ ?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ଜଣେ ଓକିଲଙ୍କୁ ଏକ ମାମଲା ସ୍ଥଗିତାଦେଶ ପାଇଁ ଜଣେ ଅପ୍ରସ୍ତୁତ” ଜୁନିଅରଙ୍କୁ ପଠାଇବା କାରଣରୁ ବିଚାରପତି ସମ୍ପୃକ୍ତ ଓକିଲଙ୍କ ଉପରେ ୨,୦୦୦ ଟଙ୍କାର ଜୋରିମାନା ଲଗାଇଛନ୍ତି । ଘଟଣା ଅନୁସାରେ ମୁଖ୍ୟ ଓକିଲ ଜଣକ କୋର୍ଟ ନଆସି ତାଙ୍କ ସ୍ଥାନରେ ଜଣେ ଜୁନିଅର ଓକିଲଙ୍କୁ ପଠାଇଥିଲେ । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ମାମଲାର ଶୁଣାଣି କରୁଥିଲେ । ଏହି ସମୟରେ ଜୁନିଅର ଜଣଙ୍କ ମୁଖ୍ୟ ଓକିଲ ଉପସ୍ଥିତ ନଥିବାରୁ ମାମଲାର ଶୁଣାଣି ଘୁଞ୍ଚାଇବାକୁ କହିଥିଲେ ।

ଏହାର ଉତ୍ତରରେ ବିଚାରପତି କହିଥିଲେ କି ତୁମେ ଆମକୁ ଏପରି ଶସ୍ତାରେ ନେଇ ପାରିବ ନାହିଁ । କୋର୍ଟର କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଅଟେ । ଆପଣ ନିଜର ପକ୍ଷ ରଖିବା ଆରମ୍ଭ କରନ୍ତୁ ବୋଲି ବିଚାରପତି ପିଏସ୍ ନରସିହ୍ମା ଏବଂ ମନୋଜ ମିଶ୍ର କହିଥିଲେ । ଏହାପରେ ଜୁନିଅର ଓକିଲ ଜଣକ କହିଥିଲେ କି ସେ ମାମଲା ବିଷୟରେ ଅବଗତ ନାହାନ୍ତି ଏବଂ ପକ୍ଷ ରଖିବାକୁ ମଧ୍ୟ ତାଙ୍କୁ କୁହାଯାଇ ନାହିଁ ।

ଏଥିରେ ବିରକ୍ତ ହୋଇ ବିଚାରପତି କହିଥିଲେ ଯେ, ସମ୍ବିଧାନରୁ ମିଳିଥିବା ଦାୟିତ୍ୱ ଅନୁଯାୟୀ ଆମକୁ ମାମଲାର ଶୁଣାଣ କରିବାକୁ ପଡ଼ିବ । ଦୟାକରି ତୁମେ ତୁମର ବରିଷ୍ଠ ଓକିଲଙ୍କୁ ଡକନ୍ତୁ ଏବଂ ତୁରନ୍ତ ନିଜର ପକ୍ଷ ରଖନ୍ତୁ । ପରେ ମୁଖ୍ୟ ଓକିଲ ଜଣକ ଭିଡିଓ କନ୍‌ଫରେନ୍ସୀ ମାଧ୍ୟମରେ ଉପସ୍ଥିତ ହୋଇ ବିଚାରପତିଙ୍କ କ୍ଷମା ପ୍ରାର୍ଥନା କରିଥିଲେ ।

ଖଣ୍ଡପୀଠ ଏହି ସମୟରେ ପଚାରିଥୀଲେ କି ସେ କଣ ପାଇଁ ଡକ୍ୟୁମେଣ୍ଟ ବିନା ଏବଂ ମାମଲା ବିଷୟରେ କୌଣସି ସୂଚନା ନଦେଇ ତାଙ୍କର ଜୁନିଅରକୁ ପଠାଇଥିଲେ । ଯେତେବେଳେ ଆମେ ସ୍ଥଗିତାଦେଶ ଦେବାକୁ ମନା କରିଥିଲୁ, ରେକର୍ଡରେ ଥିବା ଆଡଭୋକେଟ୍ ହାଜର ହୋଇଥିଲେ । ମାମଲା ଏହିପରି କରାଯାଇପାରିବ ନାହିଁ । ଏହା ଉଭୟ କୋଟ ଏବଂ ଜୁନିଅରଙ୍କୁ ଗୁରୁତ୍ୱ ନଦେଲା ପରି ମନେ ହେଉଛି । ତେବେ ଏଥିପାଇଁ ସମ୍ପୃକ୍ତ ଓକିଲଙ୍କ ଉପରେ ଖଣ୍ଡପୀଠ ୨୦୦୦ ଟଙଯକାର ଜୋରିମାନା ଲାଗୁ କରିଥୀଲେ । ଏବଂ ଏହାକୁ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍‌ରେ ଜମା କରିବାକୁ କହିଥିଲେ ।

 

Get real time updates directly on you device, subscribe now.