fbpx

ଗୁମ୍ଫାରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଉପରେ ଡ୍ରୋନ ମାଧ୍ୟମରେ ଫିଙ୍ଗାଯାଉଛି ବୋମା, ଶହୀଦଙ୍କ ପ୍ରତିଶୋଧ ନେଉଛି ଭାରତୀୟ ସେନା

ଜାମ୍ମୁକାଶ୍ମୀର : ଜାମ୍ମୁକାଶ୍ମୀର ଅନନ୍ତନାଗରେ ଆକ୍ରମଣ ଜାରି ରହିଛି । ଅନନ୍ତନାଗର କୋକରନାଗ ପାହାଡରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କ ଉପରେ ଡ୍ରୋନ ଦ୍ୱାରା ବୋମା ଆକ୍ରମଣ କରାଯାଉଛି । ସୂଚନା ଅନୁସାରେ ଏହି ପାହଡରେ ଲସକରେର କମାଣ୍ଡର ଏବଂ ସାଥିମାନେ ଲୁଚି ରହିଛନ୍ତି । ଏହି ଅପରେସନ ୬୦ ଘଣ୍ଟାରୁ ଚାଲୁ ରହିଛି ।

ସେନାର ଏହି ଅପରେସନରେ ଡ୍ରୋନ ମଧ୍ୟ ସାମିଲ ହୋଇଛି । ଏହି ଡ୍ରୋନକୁ ଆସ୍ତ୍ରଶସ୍ତ୍ରରେ ସଜା ଯାଇଛି । କିଛି ସମୟ ପୂର୍ବରୁ ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ ସେହି ସମୟରେ ଡ୍ରୋନ ସେମାନଙ୍କ ଉପରେ ନଜର ରଖିଥିଲା । ଯାହା ଫଳରେ ଡ୍ରୋନ ସେମାନଙ୍କ ସଠିକ ଠିକଣା ଦେଇଥିଲା ଆକ୍ରମଣ କରିବା ପାଇଁ ।

ସୂଚନା ଅନୁସାରେ,ବୁଧବାର ହୋଇଥିବା ଏନକାଉଣ୍ଟରରେ ଜାମ୍ମୁ କାଶ୍ମୀର ପୋଲିସର ୩ ଜଣ ଜବାନ ସହିଦ ହୋଇଥିଲେ । ଗୋଟଏ ପଟେ ସହିଦ ଜବାନଙ୍କର ଅନ୍ତିମସକ୍ରାର ହେଉଥିବା ବେଳେ ଅନ୍ୟ ପଟେ ଆତଙ୍କ ବାଦୀଙ୍କ ଉପରେ ଆକ୍ରମଣ ଚାଲିଛି ।

Get real time updates directly on you device, subscribe now.