Nipah Virus: ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧୦୮୦ ଜଣ ହେଲେ ଚିହ୍ନଟ, ୨୪ ତାରିଖ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ

ନୂଆଦିଲ୍ଲୀ: ଦେଶରେ ଖୁବ ଜୋରରେ ବଢିବାରେ ଲାଗିଛି ନିପା ଭାଇରସ । ଏଥିରେ ଅନେକ ଲୋକ ସଂକ୍ରମିତ ହେଉଥିବା ଦେଖାଯାଉଛି । ଏହି ସଂକ୍ରମଣ କେରଳ ରାଜ୍ୟରେ ବଢିବାରେ ଲାଗିଛି। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧୦୮୦ ଜଣ ଚିହ୍ନଟ ହୋଇଛନ୍ତି। ତେଣୁ କେରଳର କୋଝିକୋଡରେ ସମସ୍ତ ସ୍କୁଲ କଲେଜକୁ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

ଜିଲ୍ଲା ପ୍ରଶାସନଙ୍କ କହିବା ଅନୁଯାୟୀ, ଏହି ଛୁଟିରେ ଅନଲାଇନ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷାଦାନ କରାଯିବ । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ବୀନା ଜର୍ଜ କହିଛନ୍ତି ଯେ, ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧,୦୮୦ ଲୋକଙ୍କୁ ଚିହ୍ନଟ କରାଯାଇଛି । କେବଳ ଶୁକ୍ରବାର ଦିନ ୧୩୦ ଜଣ ଲୋକଙ୍କୁ ଟ୍ରାକ କରାଯାଇଛି । ସଂକ୍ରମିତଙ୍କ ସଂପର୍କରେ ଆସିଥିବା ଲୋକଙ୍କ ମଧ୍ୟରୁ ୩୨୭ ଜଣ ସ୍ୱାସ୍ଥ୍ୟ କର୍ମୀ ଅଟନ୍ତି ।

ବିନା ଜର୍ଜ କହିଛନ୍ତି ଯେ, କୋଝୋକୋଡ ବ୍ୟତୀତ ଅନ୍ୟାନ୍ୟ ଜିଲ୍ଲାରେ ସମୁଦାୟ ୨୯ ଜଣ ଲୋକ ନିପା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏଥିରେ ୨୨ ଜଣ ମଲପୁରମର ଅଟନ୍ତି, ୧୭୫ ସାଧାରଣ ଲୋକ ଏବଂ ୧୨୨ ଜଣ ସ୍ୱାସ୍ଥ୍ୟକର୍ମୀ ଅଟନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂଖ୍ୟା ବଢିବାର ସମ୍ଭାବନା ଅଛି । କାରଣ ୩୦ ଅଗଷ୍ଟରେ ମୃତ୍ୟୁ ହୋଇଥିବା ବ୍ୟାକ୍ତିଙ୍କ ରିପୋର୍ଟ ପଜେଟିଭ ଆସିଛି ।