fbpx

(Video) ଶ୍ରାବଣ ସରିବା ପରେ ଅଦ୍ଭୁତ ଘଟଣା: ଶିବଲିଙ୍ଗରୁ ଅବିରତ ଝରୁଛି ରକ୍ତ, ଭକ୍ତଙ୍କ ମଧ୍ୟରେ ହାହାକାର ପଡ଼ିଛି

କଳିଯୁଗରେ ବିଭିନ୍ନ ଆଚମ୍ବିତ ପ୍ରକାର ଦୃଶ୍ୟ ଦେଖିବାକୁ ମିଳୁଛି । ନିଜ ଆଖିରେ ନ ଦେଖିଲେ ଏସବୁ ଘଟଣାକୁ ବିଶ୍ୱାସ କରିବା ସହଜ ହୋଇ ପାରିବ ନାହିଁ । ତେବେ ନିକଟରେ ଶ୍ରାବଣ ମାସ ସରିଥିବା ବେଳେ ସମସ୍ତ ଶୈବପୀଠରେ ପାଣି ଢାଳିଥିଲେ କାଉଁଡ଼ିଆ । କିନ୍ତୁ ଏବେ ଶିବ ମନ୍ଦିରକୁ ଦେଖି ଡରୁଛନ୍ତି ଭକ୍ତ । କାରଣ ଶିବଲିଙ୍ଗରୁ ବାହୁରୁଛି ରକ୍ତ । ଏଭଳି ଦୃଶ୍ୟ ଦେଖି ଭକ୍ତଙ୍କ ମଧ୍ୟରେ ହାହାକାର ପଡିଛି । ହଠାତ୍ ଏଭଳି ଘଟଣା ଘଟିଥିବା ବେଳେ ମହାଦେବ କୋପ କରିଥିବା ଭକ୍ତମାନେ ଆଶଙ୍କା କରିଛନ୍ତି ।

ଦେବ ଦେବ ମହାଦେବ, ସେ ହେଉଛନ୍ତି ସାରା ବିଶ୍ୱର ସଂହାର କର୍ତ୍ତା ସେ ଚାହିଁଲେ ନିମିଷକେ ମଧ୍ୟରେ ଧ୍ୱଂସ ହୋଇଯିବ ସାରା ପୃଥିବୀ । ସେ ଯଦି ଚାହିଁବେ ସାରା ଜଗତକୁ ଲୋପ କରିପାରିବେ । ହେଲେ ଏବେ ଭୋଳା ଶଙ୍କରଙ୍କର ଇଏ କି ବିଚିତ୍ର ଲୀଳାଯେ । ଶିବଲିଙ୍ଗରୁ ରକ୍ତ ଝରୁଛି । ଯାହାକୁ ଦେଖିବା ପାଇଁ ଶହ ଭକ୍ତଙ୍କ ଭିଡ ଲାଗିଛି । ଏ ମନ୍ଦିର ହେଉଛି ରାଜସ୍ଥାନରେ ଥିବା ଅଚଳାଶ୍ୱର ମନ୍ଦିର । ବିଶ୍ୱାସ ରହିଛି ଯେ ଏହି ଶିବଲିଙ୍ଗରେ ବାସ କରୁଛନ୍ତି ପ୍ରତ୍ୟକ୍ଷ ଭଗବାନ । ଆଉ ଏହି ଶିବଲିଙ୍ଗରୁ ଝରିଥାଏ ରକ୍ତ । ତେବେ ଆସନ୍ତୁ ଜଣିବା ଏହି ଶିବଲିଙ୍ଗର ମହିମା ସର୍ମ୍ପକରେ ।

ଏହି ଜିଲ୍ଲା ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ସିମା ଉପରେ ଅବସ୍ଥିତ । ଏହି ସ୍ଥାନ ଚମ୍ବଲର ଅତି ନିକଟ ବୋଲି ବିବେଚନା କରାଯାଏ । ଏଠାରେ ଅବସ୍ଥିତ ମନ୍ଦିର ଶିବଙ୍କୁ ସମର୍ପିତ ଏବଂ ଏଥିରେ ବିରାଜମାନ ଅଚଳେଶ୍ୱର ମହାଦେବ । ଏହି ମନ୍ଦିର ହେଉଛି ୫୦୦ ବର୍ଷ ପୁରଣା । କୁହାଯାଏ ଏହି ମନ୍ଦିରର ଶିବ ଲିଙ୍ଗରୁ ଝରିଥାଏ ରକ୍ତ । ଯାହାର ପ୍ରମାଣ ଆଜିବି ରହିଛି । ପୋରାଣିକ କଥା ଅନୁସାରେ ୫୦୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ଏହି ମନ୍ଦିର । ଏହି ମନ୍ଦିର ହେବା ପୂର୍ବରୁ ସେହି ସ୍ଥାନରେ ଗୋଟିଏ ବିରାଟ ବରଗଛ ଥିଲା । ସେହି ସ୍ଥାନରେ ହଠାତ୍ ଲୋକେ କ୍ଷୀର ବାହାରୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ଲୋକେ ସେହି ସ୍ଥାନରେ ଖୋଳିବା ଆରମ୍ଭ କରିଥିଲେ । ଏହାପରେ ସେହି ଖୋଳୁଥିବା ସ୍ଥାନରେ ଛୁଟିଥିଲା ରକ୍ତର ଧାରା । ଏହି ଦୃଶ୍ୟକୁ ଦେଖି ସେଠାରେ ଥିବା ଲୋକେ ଭୟ କରିଯାଇଥିଲେ ।

କିଛି ସମୟ ପରେ ରକ୍ତ ବୋହିବା ବନ୍ଦ ହୋଇଯାଇଥିଲା । ଏହାପରେ କୋଦାଳ ନୁହେଁ ହାତରେ ଖୋଳିଥିଲେ ମାଟି ଆଉ ଏହାପରେ ଦେଖିବାକୁ ମିଳିଥିଲା ଶିବଲିଙ୍ଗ । ଏହାପରେ ସେହି ଶିବଲିଙ୍ଗକୁ ମନ୍ଦିରରେ ସ୍ଥାପନ କରାଯାଇଥିଲା । ତା ସହିତ ମନ୍ଦିରରେ ଅନେକ ରହସ୍ୟ ରହିଛି ଯାହାର ରହସ୍ୟକୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରିନାହାନ୍ତି । ଏହି ମନ୍ଦିରରେ ଶିବଙ୍କର ଲିଙ୍ଗ ଦିନକୁ ତିନିଥର ରଙ୍ଗ ପରିବର୍ତ୍ତନ ହୋଇଥାଏ ।କୁହାଯାଏ ଯେ ଏହି ଶିବଲିଙ୍ଗ ରଙ୍ଗ ପରିବର୍ତ୍ତନ ପଛରେ ରହସ୍ୟ କ’ଣ ଜାଣିବା ପାଇଁ ଶିବଲିଙ୍ଗ ଚାରିପାଖରେ ଖନନ ମଧ୍ୟ କରାଯାଇଥିଲା । କିନ୍ତୁ ଖନନ ସମୟରେ ଏହା ଦେଖାଗଲା ଯେ ଏହି ଶିବଲିଙ୍ଗର କୌଣସି ଅନ୍ତ ନାହିଁ । ଯେତେ ଅଧିକ ଖନନ କରାଯାଇଥିଲା, ଶିବଲିଙ୍ଗର ଅଧିକ ଅବଶିଷ୍ଟାଂଶ ମିଳିଥିଲା ।

Get real time updates directly on you device, subscribe now.