fbpx

ବିବାହ ପରେ ବି ପରପୁରୁଷ ସହ ସଂପର୍କ ରଖୁଥିବା ମହିଳା କହିପାରିବେନି ବଳାତ୍କାର ହୋଇଛି ବୋଲି, କାହିଁକି ଏପରି କହିଲେ ହାଇକୋର୍ଟ

ରାଞ୍ଚି: ଝାରଖଣ୍ଡ ହାଇକୋର୍ଟ ଜଣେ ବିବାହିତା ମହିଳାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ବଳାତ୍କାର ମାମଲାକୁ ଖାରଜ କରିଦେବା ସହ କହିଛନ୍ତି ସଂପୃକ୍ତ ମହିଳା ପରପୁରୁଷ ସହ ଶାରୀରକ ସମ୍ବନ୍ଧ ରଖିବାର ପରିଣାମ ସହ ପରିଚିତ ଥିଲେ । କୋର୍ଟ ଏହାକୁ ସ୍ୱୀକାର କରିନାହାନ୍ତି ଯୋ ଅଭିଯୁକ୍ତ ମହିଳାଙ୍କୁ ଫସାଇ ସମ୍ବନ୍ଧ ରଖିଛି । ବିଚାରପତି ସୁବାସ ଚାନ୍ଦ ଏହି ବଳାତ୍କାର ମାମଲାକୁ ଖାରଜ କରି ଦେଇଛନ୍ତି ଯେଉଁଥିରେ ମହିଳା ଅଭିଯୋଗ ଲଗାଇଛନ୍ତି ସଂପୃକ୍ତ ବ୍ୟକ୍ତି ବିବାହର ପ୍ରତିଶୃତି ଦେଇ ତାଙ୍କୁ ବଳାତ୍କାର କରିଛନ୍ତି ।

ବିଚାରପତି କହିଛନ୍ତି ପୀଡିତା ୨୦୧୮ରେ ବିବାହ କରିଥିଲେ । ଏହି ପ୍ରଥମ ବିବାହରେ ଛାଡପତ୍ର ନ ନେଇ ମହିଳା ଅଭିଯୁକ୍ତ ଅଭିଷେକ କୁମାର ପାଲଙ୍କ ସହିତ ଶାରୀରିକ ସମ୍ବନ୍ଧ ରକ୍ଷା କରିଥିଲେ । ପୀଡିତା ବିବାହିତା ଥାଇ ମଧ୍ୟ ପରପୁରୁଷ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ । ଅଭିଯୋଗକାରିଣୀ ଏହା କହିପାରିବେ ନାହିଁ କି ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ଯୌନ ଶୋଷଣ କରାଯାଇଛି ବୋଲି । ହାଇକୋର୍ଟରେ ତଳ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି ।

ମହିଳା ଅଭିଯୋଗ କରିଥିଲେ କି ଅଭିଯୁକ୍ତ ତାଙ୍କ ସହ ବନ୍ଧୁତ୍ୱ ସଂପର୍କ ରଖିଥିଲେ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ବନ୍ଧ ରଖିଥିଲେ । ଏ ବିଷୟରେ କାହାକୁ କିଛି ନ କହିବାକୁ ସେ ମହିଳାଙ୍କ ଉପରେ ଚାପ ପକାଇଥିଲେ । ଏହା ସତ୍ତ୍ୱେ ଅଭିଯୁକ୍ତ ଉଚ୍ଚଶିକ୍ଷା ପାଇଁ ଆଉ କେଉଁଠାକୁ ଚାଲିଗଲେ ଓ ସେଠାରେ ବିବାହ କରିନେଲେ । ଏହା ପରେ ବି ସେ ତାଙ୍କ ସହ ସଂପର୍କ ବି ରଖିଥିଲେ ।

କୋର୍ଟ କହିଛନ୍ତି ମହିଳା ନିଜ ସ୍ୱାମୀଙ୍କୁ ତଲାକ ନ ଦେଇ ପରପୁରୁଷ ସହ ସଂପର୍କ ରଖୁଥିଲେ । କୋର୍ଟ ଆହୁରି କହିଛନ୍ତି ଏଫଆଇଆରରେ ଦିଆଯାଇଥିବା ଅଭିଯୋଗ ଓ ଯାଞ୍ଚ ଅଧିକାରୀଙ୍କ ପକ୍ଷରୁ ଏକତ୍ର କରାଯାଇଥିବା ପ୍ରମାଣ ମହିଳାଙ୍କ ଅଭିଯୋଗ ପ୍ରମାଣ ଲାଗି ପର୍ଯ୍ୟାପ୍ତ ନୁହେଁ କି ଅଭିଯୁକ୍ତଙ୍କ ଉପରେ ରେପ୍ କେସ୍ ଚଲାଯାଇପାରିବ ।

Get real time updates directly on you device, subscribe now.