fbpx

ଆଉ ପାଇପାରିବେ ନାହିଁ ‘X’ର ମାଗଣା ସେବା, ଭରିବାକୁ ପଡିବ ମାସିକ ଦେୟ

ନୂଆଦିଲ୍ଲୀ: ଏଲନ ମସ୍କ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ୍ ଶୀଘ୍ର ଏକ ବଡ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଆଗାମୀ ଦିନରେ ଏକ୍ସର ମାଗଣା ସେବା ଆପଣ ଆଉ ପାଇପାରିବେ ନାହିଁ । ମସ୍କ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହିତ ଲାଇଭ୍ ଷ୍ଟ୍ରିମ୍ କରାଯାଇଥିବା ଆଳାପରେ ସେ କହିଛନ୍ତି କି ଏକ୍ସ ସିଷ୍ଟମର ଉପଯୋଗ ଲାଗି ଗ୍ରାହକଙ୍କୁ ମାସିକ ଦେୟ ଭରିବାକୁ ହେବ । ମସ୍କ କହିଛନ୍ତି ବଟ୍ସ ସମସ୍ୟାରୁ ମୁକ୍ତି ପାଇଁ ଏହି ପରିବର୍ତ୍ତନ କରାଯାଉଛି । ସେ କହିଛନ୍ତି ବହୁ ସଂଖ୍ୟାରେ ଉପଲବ୍ଧ ବଟସ୍‌ର ମୁକାବିଲା ଲାଗି ଏହା ହିଁ ଏକମାତ୍ର ଉପାୟ ।

ସେ କହିଛନ୍ତି ଏକ ବଟ୍‌ର ମୂଲ୍ୟ ବହୁତ କମ୍ ତଥାପି ଏହା ପାଇଁ ଅର୍ଥ ଭରିବାକୁ ପଡିଥାଏ । ଯେତେବେଳେ ବି କୌଣସି ବଟସ୍ ନିର୍ମାତା ଅନ୍ୟ ବଟସ୍ ନିର୍ମାଣ କରିବାକୁ ଚାହିଁବ ତେବେ ତାହାଙ୍କୁ ଏଥିପାଇଁ ଅର୍ଥ ଭରିବାକୁ ପଡିବ । ଯଦିଓ ମସ୍କ ଏହି ଅର୍ଥରାଶି କେତେ ରହିବ ସେ ବିଷୟରେ କିଛି ସୂଚନା ଦେଇନାହାନ୍ତି ତଥାପି ଏହା ଏକ ଛୋଟ ରକମ ରହିବ ବୋଲି ସୂଚନା ମିଳିଛି ।

ଏହା ବ୍ୟତିତ କେବେଠାରୁ ଏହି ଯୋଜନା ଲାଗୁ ହେବ ସେ ବିଷୟରେ ବି କିଛି ସୂଚନା ଦିଆଯାଇନାହିଁ । କିନ୍ତୁ ଯେବେଠାରୁ ସେ ଟ୍ୱିଟରକୁ କିଣିଛନ୍ତି ସେବେଠାରୁ ସେ ଏହାକୁ ସବସ୍କ୍ରିପସନ୍ ଆଧାରିତ ସର୍ଭିସ କରିବାକୁ ଜୋର ଦେଇ ଆସୁଛନ୍ତି । ପୂର୍ବରୁ ଉପଲବ୍ଧ ବହୁ ଫିଚର୍ସକୁ ମସ୍କ ଏକ୍ସ ପ୍ରିମିୟମ ଜରିଆରେ ସବସ୍କ୍ରିପସନ୍ ଆଧାରିତ ସେବା କରିଦେଇଛନ୍ତି । ଏକ୍ସ ପ୍ରିମିୟମ ଜରିଆରେ ୟୁଜର୍ସ ପୋଷ୍ଟ ଏଡିଟ୍ କରିବା ଓ ଦୀର୍ଘ ଭିଡିଓ ଅପଲୋଡ୍ କରିବା ପରି ଫିଚର୍ସ ପାଉଛନ୍ତି ।

Get real time updates directly on you device, subscribe now.