fbpx

ବଜ୍ରପାତ ବେଳେ ମୋବାଇଲରେ କଥା ହେଉଥିଲେ ସାବଧାନ, ନ ହେଲେ ହୋଇପାରେ ଭୟଙ୍କର ପରିଣାମ

ଧର୍ମଶାଳା : ମୋବାଇଲରେ କଥା ହେବାବେଳେ ବଜ୍ରପାତ ହେବାରୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଦେଓଦା ପଞ୍ଚାୟତ ଚୟୀନୁହୁଡା ଗ୍ରାମରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତ୍ୱର ହୋଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ନୀଳମଣୀ ନାୟକଙ୍କ ସାନ ପୁଅ ମନୋରଞ୍ଜନ ତାଙ୍କ ବୟସ ୧୮ ବର୍ଷ । ଏବଂ ଗୁରୁତର ହୋଇଛନ୍ତି ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ ତାଙ୍କ ବୟସ ମଧ୍ୟ ୧୮ ବର୍ଷ । ଗୁରୁତର ହୋଇଥିବା ଯୁବକଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ତାଙ୍କ ମୁଣ୍ଡ ଫାଟି ଯାଇଥିବାରୁ ତାଙ୍କୁ ପୁଣି କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା ।

ସୂଚନା ଅନୁସାରେ ସୋମବାର ସନ୍ଧ୍ୟା ୫ଟାରେ ବର୍ଷା ହେଉଥିଲା । ବର୍ଷା ଛାଡିବା ପରେ ଉଭୟ ସାଙ୍ଗ ବିଲ ହୁଡାରେ ବସି କଥା ହେଉଥିଲେ । ଅଚାନକ ବଜ୍ରପାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ମନୋରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ଏହା ସହ ମନୋଜଙ୍କ ମୁଣ୍ଡ ଫାଟି ଯାଇଥିଲା । ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟରେ ସେମାନଙ୍କୁ ହସପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ମନୋରଞ୍ଜନକୁ ମୃତ ଘୋଷଣା କରିବା ସହ ମନୋଜଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.