fbpx

ନୂଆ ସଂସଦରେ ଉପସ୍ଥାପନ ହେଲା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’, ଏହି ସଂରକ୍ଷଣ କିପରି ଲାଗୁ କରାଯିବ ଓ ଏଥିରେ କ’ଣ ପ୍ରାବଧାନ ରହିଛି ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଶ୍ରୀଗଣେଶ ମହିଳା ସଂରକ୍ଷଣ ବିଲ୍ ସହିତ ହିଁ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନରେ ପହଞ୍ଚିବା ମାତ୍ରେ ଏ ବିଷୟରେ ଘୋଷଣା କରିଛନ୍ତି । ସେ କହିଛନ୍ତି ଏହି ବିଧେୟକର ନାମ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ରହିବ । ଏହାର ଘୋଷଣା ପରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ବିଲ୍ ଉପସ୍ଥାପନ କରିଛନ୍ତି ।

ସେ କହିଛନ୍ତି ନୂଆ ସଂସଦ ଭବନରୁ ଆମେ ନୂଆ ଭାବରେ କାମ ଆରମ୍ଭ କରିବୁ ଓ ମହିଳାଙ୍କୁ ସେମାନଙ୍କ ଅଧିକାର ଦିଆଯିବ । ସେ କହିଛନ୍ତି ଏହାଦ୍ୱାରା ମହିଳାଙ୍କୁ ଲୋକସଭା ଓ ରାଜ୍ୟସଭାରେ ଅଧିକ ପ୍ରତିନିଧିତ୍ୱ ମିଳିପାରିବ । ଏହାରି ମଧ୍ୟରେ ମହିଳାଙ୍କ ଲାଗି ସଂରକ୍ଷଣ କିପରି ଲାଗୁ କରାଯିବ ଓ ଏଥିରେ କାହା ପାଇଁ କ’ଣ ପ୍ରାବଧାନ ରହିଛି ଏ ବିଷୟରେ ସଂପୂର୍ଣ୍ଣ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଏହା ଲାଗୁ ହେବା ପରେ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ୧୮୧ ହୋଇଯିବ ।
ବିିଲ୍ ଅନୁସାରେ ମହିଳାଙ୍କୁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ଏହା ବ୍ୟତିତ ଅନୁସୂଚୀତ ଜାତି ଓ ଜନଜାତିଙ୍କ ଲାଗି ଧାର୍ଯ୍ୟ ସିଟ୍‌ରୁ ୩୩ ପ୍ରତିଶତ ସଂରକ୍ଷଣ ସେମାନଙ୍କ ସମାଜର ମହିଳାଙ୍କ ଲାଗି ହେବ । ଏହି ସଂରକ୍ଷଣ ରୋଟେସନ ଆଧାରରେ ଦିଆଯିବ । ବିଲ୍‌ରେ ଓବିସି ବର୍ଗଙ୍କ ଲାଗି ଅଲଗା କୌଣସି ପ୍ରାବଧାନ ରଖାଯାଇନାହିଁ । ଏପରି ସ୍‌ଥିତିରେ ଏହା ଦେଖିବାକୁ ବାକି ରହିଲା କି ଆରଜେଡି, ସମାଜବାଦୀ ପାର୍ଟି ଓ ଜେଡିୟୁ ପରି ରାଜନୈତିକ ଦଳଙ୍‌କର ପ୍ରତିକ୍ରିୟା କ’ଣ ରହୁଛି ।

ଏହି ସଂରକ୍ଷଣ ନିୟମ ୧୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ । ଏହାପରେ ପୁଣି ସଂସଦରେ ପ୍ରସ୍ତାବ ପାରିତ କରାଯାଇ ସଂରକ୍ଷଣ ବଢାଯାଇପାରିବ । ଏହି ସଂରକ୍ଷଣ ରାଜ୍ୟସଭା ଓ ବିଧାନପରିଷଦରେ ଲାଗୁ ହେବ ନାହିଁ ।

Get real time updates directly on you device, subscribe now.