ଶିକ୍ଷାନୁଷ୍ଟାନରେ ପିଲାଙ୍କ ମାନସିକ ସୁସ୍ଥତାକୁ ଦିଆଯିବ ଗୁରୁତ୍ୱ : ୟୁଜିସିର ପଦକ୍ଷେପ

ଭୁବନେଶ୍ୱର : ବର୍ତ୍ତମାନ ଶିକ୍ଷାନୁଷ୍ଟାନ ଗୁଡିକରେ ଛାତ୍ରଛାତ୍ରୀଙ୍କ ଫିଟନେସ ପ୍ରତି ବିଶେଷ ଧ୍ୟାନ ଦିଆଯିବ । ଏହି ବ୍ୟବସ୍ଥା ପ୍ରତି ଶିକ୍ଷାନୁଷ୍ଟାନର କତୃପକ୍ଷ ଧ୍ୟାନ ଦେବେ ବୋଲି କୁହାଯାଇଛି । ପିଲାଙ୍କ କେବଳ ଶାରୀରିକ ସୁସ୍ଥତା ପ୍ରତି ନୁହେଁ, ସେମାନଙ୍କ ସ୍ୱାସ୍ଥ୍ୟଗତ ଓ ମାନସିକ ସୁସ୍ଥତା ପ୍ରତି ମଧ୍ୟ ଧ୍ୟାନ ଦିଆଯିବ । ଏନେଇ ସମସ୍ତ ଶିକ୍ଷାନୁଷ୍ଟାନରେ ଭିତ୍ତିଭୂମି ପ୍ରସ୍ତୁତ କରାଯିବ ।

ସୂଚନା ଅନୁସାରେ, ଶିକ୍ଷାନୁଷ୍ଟାନରେ ଛାତ୍ରଛାତ୍ରୀଙ୍କ ଫିଟନେସ ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ୟୁଜିସି ପକ୍ଷରୁ ସମସ୍ତ ଉଚ୍ଚତର ଶିକ୍ଷାନୁଷ୍ଟାନର କତୃପକ୍ଷଙ୍କୁ ଅବଗତ କରାଯାଇଛି । ୟୁଜିସି ଦର୍ଶାଇଛି ଯେ, ଉଚ୍ଚତର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନସିକ ଚାପଗ୍ରସ୍ତ ହେବା ସହ ମାନସିକ ସନ୍ତୁଳନ ହରାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଟାନର କତୃପକ୍ଷ ସେମାନଙ୍କୁ ମାନସିକ ଓ ଶାରୀରିକ କ୍ଷେତ୍ରରେ ସୁସ୍ଥ ରଖିବା ପାଇଁ ପଦକ୍ଷେପ ନେବେ ।

ଏବେ ଶିକ୍ଷାନୁଷ୍ଠାନରେ ପିଲାଙ୍କ ମାନସିକ ସୁସ୍ଥତା ପ୍ରତି ବିଶେଷ ଧ୍ୟାନ ଦିଆଯିବ । ପିଲାଙ୍କ ଫିଜିକାଲ ଫିଟନେସ ଓ ଖେଳକୁଦର ବ୍ୟବସ୍ଥା କରାଯିବା ସହ ସେମାନଙ୍କ ମାନସିକ ସୁସ୍ଥତା, ବିଷାଦ ଓ ଚାପମୁକ୍ତ, କ୍ୟାରିୟର ସମ୍ପର୍କିତ ପରାମର୍ଶ ଆଦି ଦେବା ଲାଗି ବ୍ୟବସ୍ଥା କରାଯିବ ।