fbpx

ଶରୀରରେ ହରମୋନର ସ୍ତର କିପରି କରିବେ ଠିକ , ଜାଣିନିଅନ୍ତୁ କେଉଁ ପରିବା କରିବେ ସେବନ

ଆମ ଶରୀରରେ ବାରମ୍ବାର ହରମୋନର ସ୍ତର ଉପର ତଳକୁ ହୋଇଥାଏ । ହେଲେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଶରୀରରେ ହରମୋନର ସ୍ତର ବହୁତ ଶୀଘ୍ର ବଦଳିଥାଏ । ଏଥିଯୋଗୁଁ ଅନେକ ସମୟରେ ଆମ ଶରୀରରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ । ହରମୋନ ସ୍ତର ଠିକ୍‌ ରହିଲେ ଶରୀର ସୁସ୍ଥ ରହିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ରକ୍ତ ମାଧ୍ୟମରେ ହରମୋନ ଆମ ଶରୀରକୁ ଯାଇଥାଏ । ସେଥିପାଇଁ ଶରୀରରେ ହରମୋନର ସ୍ତରକୁ ଠିକ୍‌ ରଖିବା ପାଇଁ ଆମକୁ ବ୍ରୋକଲି, ଟମାଟୋ, ପାଳଙ୍ଗ, ଆଭାକାଡ଼ୋ ପରି ଖାଦ୍ୟ ଖାଇବା ଉଚିତ ।

ବ୍ରୋକଲି : ବଜାରରେ ବହୁତ ପ୍ରକାରର ପନିପରିବା ମିଳିଥାଏ । ହେଲେ ସବୁଜ ପରିବା ଭିତରେ ବ୍ରୋକଲି ସ୍ୱାସ୍ଥ୍ୟ ପାଇଁ ଅଧିକ ଉପଯୋଗି ହୋଇଥାଏ । ବ୍ରୋକଲିରେ ଭିଟାମିନ୍‌ ଓ ମିନେରାଲ୍ସ ପରି ଅନେକ ପୋଷକ ତତ୍ତ୍ୱ ରହିଛି । ଏହାକୁ ନିୟମିତ ଭାବରେ ଖାଇବା ଦ୍ୱାରା ଶରୀରରେ ହରମୋନ ଯୁକ୍ତ ସମସ୍ୟା ଦୂର ହୋଇଥାଏ । ସେଥିପାଇଁ ପ୍ରତିଦିନ ଖାଦ୍ୟରେ ବ୍ରୋକଲି ସାମିଲ କରିବା ଉଚିତ୍‌ ।

ଟମାଟୋ : ଟମାଟୋ ମଧ୍ୟ ହରମୋନର ସ୍ତରକୁ ଠିକ୍‌ ରଖିବା ପାଇଁ ସାହାଯ୍ୟ କରିଥାଏ । ଟମାଟୋ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥାଏ । ଯାହା ଶରୀରରେ କେତେକ ରୋଗ ଦୂର କରିଥାଏ । ଏଥିରେ ଭିଟାମିନ୍‌ ସି, ଭିଟାମିନ୍‌ ବି ଓ କୋଲାଇନ୍‌ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି । ପ୍ରାୟତଃ ଲୋକମାନେ ଏହାକୁ ସାଲାଡରେ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି ।

ଆଭାକାଡ଼ୋ : ଆଭାକାଡ଼ୋ ମଧ୍ୟ ଶରୀର ପାଇଁ ବହୁତ ଉପଯୋଗି ହୋଇଥାଏ । ଯାହା ଆମକୁ କେତେକ ରୋଗରୁ ବଞ୍ଚାଇଥାଏ । ସେଥିପାଇଁ ଆଭାକାଡ଼ୋ ଖାଇବା ଦ୍ୱାରା ହରମୋନ ଆକ୍ଟିଭ୍‌ ରହେ ଓ ଏହାକୁ ଠିକ୍‌ ରହିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଦ୍ୟରେ ମିଶାଇଲେ ହରମୋନ ଯୁକ୍ତ ସମସ୍ୟା ଦୂର ହୋଇଥାଏ ।

ପାଳଙ୍ଗ : ସବୁଜ ପରିବା ଭିତରେ ପାଳଙ୍ଗ ଏମିତି ଏକ ପରିବା ଯାହା ଶରୀରରେ ଥିବା ହରମୋନ ଯୁକ୍ତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଆଇରନ ଭରପୁର ମାତ୍ରା ମିଳିଥାଏ । ଯାହା ଦ୍ୱାରା ଶରୀରରେ ରକ୍ତ କମ ହୋଇନଥାଏ ଏବଂ ଏହା ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ସେଥିପାଇଁ ପାଳଙ୍ଗକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଉଚିତ୍‌ ।

Get real time updates directly on you device, subscribe now.