fbpx

ଲୋକସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍: ମିଳିଲା ବହୁମତ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ଏବେ ଲୋକସଭାରେ ମଧ୍ୟ ପାରିତ ହୋଇଛି । ଦୁଇ ତୃତୀୟାଂଶ ବହୁମତ ପାଇ ଲୋକସଭାରେ ପାରିତ ହୋଇଛି ମହିଳା ସଂରକ୍ଷଣ ବିଲ୍ । ମହିଳା ସଂରକ୍ଷଣ ବିଲ୍ ‘ନାରୀ ଶକ୍ତି ବନ୍ଦନ ଅଧିନୟମ’ ଲୋକସଭାରେ ପାସ୍ ହୋଇଛି । ଭୋଟିଂ ଜରିଆରେ ଏହି ବିଲ୍ ପାସ୍ ହୋଇଥିବା ବେଳେ ଦୁଇ ତୃତୀୟାଂଶ ବହୁମତ ହାସଲ କରିଛି ‘ମହିଳା ସଂରକ୍ଷଣ ବିଲ୍’ । ଲୋକସଭାରେ ୪୫୪ ଭୋଟ ହାସଲ କରିଥିବା ବେଳେ ଏହି ବିଲ୍ ବିରୋଧରେ ୨ଟି ଭୋଟ ରହିଛି ।

ଲୋକସଭାରେ ମହିଳା ସଂରକ୍ଷଣ ବିଲ ସହ ଜଡ଼ିତ ‘ନାରୀ ଶକ୍ତି ବନ୍ଦନ ଅଧିନୟମ’କୁ କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରସ୍ତାବ ରଖିଥିଲେ । ତେବେ ଲୋକସଭାରେ ଏହି ବିଲ୍ କୁ ୪୫୪ ସାଂସଦ ଭୋଟ ଦେଇଥିବା ବେଳେ ୨ ଜଣ ସାଂସଦ ଏହାକୁ ବିରୋଧ କରିଛନ୍ତି । ଆସନ୍ତାକାଲି ଏହି ନିୟମ ଉପରେ ରାଜ୍ୟସଭାରେ ଚର୍ଚ୍ଚା ହେବା ନେଇ ଘୋଷଣା କରିଛନ୍ତି ରାଜ୍ୟସଭାର ସଭାପତି ଜଗଦୀପ ଧନଖଡ଼ । ଲୋକସଭାରେ ଏହି ବିଲ୍ ପାରିତ ହେବା ପରେ ଏହାକୁ ଉଚ୍ଚ ସଦନରେ ପାରିତ କରିବା ପାଇଁ ପ୍ରସ୍ତାବ ରଖାଯିବ ବୋଲି ସେ କହିଛନ୍ତି । ଏଥିପାଇଁ ସାଢ଼େ ୭ ଘଣ୍ଟା ସମୟ ନିର୍ଦ୍ଧାରିତ ହୋଇଛି ।

ମଙ୍ଗଳବାର ନୂତନ ସଂସଦ ଗୃହରେ ଚାଲିଥିବା ପ୍ରକ୍ରିୟାର ପ୍ରଥମ ଦିନରେ ସରକାର ଲୋକସଭା ତଥା ରାଜ୍ୟସଭାରେ ମହିଳାମାନଙ୍କୁ ଏକ ତୃତୀୟାଂଶ ସଂରକ୍ଷଣ ପ୍ରଦାନ ସହ ଲୋୟର ହାଉସରେ ଐତିହାସିକ ‘ନାରୀ ଶକ୍ତି ବନ୍ଦନ ବିଲ୍’ ଉପସ୍ଥାପନ କରିଥିଲେ। ତେବେ ବିଲ୍‌ର ନିୟମାବଳୀ ଏହା ସ୍ପଷ୍ଟ କରିଛି ଯେ ସଂରକ୍ଷଣ ପ୍ରଣୟନ ପରେ କାର୍ଯ୍ୟକାରୀ ହେବାକୁ ଥିବା ଜନଗଣନା ତଥ୍ୟକୁ ଧ୍ୟାନରେ ରଖି ନିର୍ବାଚନ ମଣ୍ଡଳୀଗୁଡ଼ିକର ପୁନଃ ବିଭାଜନ ପରେ ହିଁ କାର୍ଯ୍ୟକାରୀ ହେବ।

Get real time updates directly on you device, subscribe now.