fbpx

ଆକାଶରେ ଉଡ଼ୁଥିବା ସମୟରେ ଘଟିଲା ଦୁର୍ଘଟଣା, ଜାଣନ୍ତୁ ତା’ପରେ କ’ଣ ହେଲା

କିଛିଦିନ ହେଲା ସୋସିଆଲ୍ ମିଡିଆରେ ପାରାଶୂଟ କ୍ରାସ୍ ହେବାର ଗୋଟିଏ ଭିଡିଓ ବହୁମାତ୍ରାରେ ଭାଇରାଲ ହେବାକୁ ଲାଗିଛି । ଏହି ଭିଡିଓରେ ଆପଣ ଦେଖିପାରିବେ ପାରାଶୂଟ ଖରାପ ହେବା ଫଳରେ କ୍ରାସ୍ ହୋଇଯାଇଥିଲା ଏବଂ ଅଚାନକ ୨ଜଣ ସ୍କାଇ-ଡ୍ରାଇଭର୍ସ ତଳେ ପଡ଼ିଯାଇଥିଲେ । ଏହି ୨ଜଣ ସ୍କାଇ-ଡ୍ରାଇଭର୍ସ ତଳେ ପଡ଼ିଯାଇଥିବା ସମୟରେ ଭିଡିଓ ଟି ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଆପଣ ଦେଖିପାରିବେ କି କୋଉ ପ୍ରକାରରେ ପାରାଶୂଟ କ୍ରାସ୍ ହେବା ପରେ ୨ଜଣ ସ୍କାଇ-ଡ୍ରାଇଭର୍ସ ତାଙ୍କ ଭିତରେ ଛନ୍ଦିହୋଇ ଯାଇଥିବା ପରେ କିପରି ଗଛ ଉପରେ ପଡ଼ିଯାଉଛନ୍ତି ଏବଂ ତା’ପରେ ତଳେ ପଡ଼ିଯାଉଛନ୍ତି । ତଳେ ପଡ଼ିବା ପରେ ୨ଜଣ ସ୍କାଇ-ଡ୍ରାଇଭର୍ସଙ୍କୁ ବହୁତ କ୍ଷତ-ବିକ୍ଷତ ହୋଇଯାଇଛନ୍ତି ଏବଂ ଏବେ ସେମାନେ ଡକ୍ତରଖାନାରେ ଚିକିତ୍ସା ହେଉଛନ୍ତି ବୋଲି ଫାୟାର ଡିପାର୍ଟମେଣ୍ଟ ବାଟାଲିୟନ୍ ଚିଫ୍ ଗ୍ରୋଗ୍ ସଟନ କହିଛନ୍ତି । ଏହି ଭିଡିଓଟି ଫୋରିଡା ର ଟିଟୁସାବିଲେ ଅଞ୍ଚଳରେ ଖ୍ରୀଷ୍ଟା ରେନଫ୍ରୋଇ ନାମକ ମହିଳା ତାଙ୍କ ଫୋନରେ ସୁଟ କରି ତାଙ୍କ ଫେସବୁକ ଆଇଡି ସେୟାର କରିଥିଲେ ।

Get real time updates directly on you device, subscribe now.