ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ କିଛି ଅଜବ ଧରଣର ଶିଶୁ ଜନ୍ମଗ୍ରହଣ କରିଛନ୍ତି । ନିକଟରେ ୨୬ଟି ଆଙ୍ଗୁଠି ଥିବା ଏକ ଶିଶୁ ରାଜସ୍ଥାନରେ ଜନ୍ମ ନେଇଥିଲା । କୌଣସି ରୋଗ ବା ସମସ୍ୟା କାରଣରୁ ଏଭଳି ଶିଶୁ ଜନ୍ମ ନେଇଥାନ୍ତି ବୋଲି ଡାକ୍ତର କହିଥାନ୍ତି । ତେବେ ଏହା ମଧ୍ୟରେ ଏକ ନୂଆ ମାମଲା ଆସିଛି ଉତ୍ତରପ୍ରଦେଶରୁ । ଗୋଟିଏ ୭ ମାସରୁ ଶିଶୁକନ୍ୟାକୁ ଲୋକମାନେ ପୂଜା କରୁଛନ୍ତି ।
ସୂଚନା ମୁତାବକ, କାନପୁରରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା । ଶିଶୁକୁ ବଡ଼ ହସ୍ପିଟାଲରେ ଦେଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ପରିବାରବର୍ଗ ଓ ପଡ଼ୋଶୀ ତାକୁ ଦେବୀ ବୋଲି ଗ୍ରହଣ କରି ପୂଜା କରୁଥିବା ଦେଖାଯାଇଥିଲା । ଉକ୍ତ ଶିଶୁର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଜନ୍ମ ସମୟରୁ ହିଁ ଶିଶୁଟିର ଚେହେରା ଅନ୍ୟ ଶିଶୁଙ୍କ ଠାରୁ ଅଲଗା ରହିଥିଲା । ଶିଶୁଟି ଗମ୍ଭୀର ବ୍ରେନ ବୀମାରୀରେ ସଂକ୍ରମିତ ଥିବା ଡାକ୍ତର କହିଥିଲେ ।
କାନପୁରର ଡେରାପୁର ତହସିଲ ଅଞ୍ଚଳର ଜଣେ ମହିଳା ଉକ୍ତ ଶିଶୁଟିକୁ ଜନ୍ମ ଦେଇଥିଲେ । ତେବେ ନବଜାତର ଚେହେରା ଦେଖିବା ପରେ ସମସ୍ତେ ଚକିତ ହୋଇଯାଇଥିଲେ । ସାଧାରଣ ଭାବେ କୌଣସି ନବଜାତର ଓଜର ୨୫୦୦ ଗ୍ରାମ ଓଜନ ହୋଇଥିବା ବେଳେ ଉକ୍ତ ଶିଶୁର ଓଜନର ୧୩୦୦ ଗ୍ରାମ ରହିଥିଲା । ଶିଶୁଟି ହାଇଡ୍ରୋସିଫଲସ ନାମକ ଏକ ବିମାରୀରେ ସଂକ୍ରମିତ ଥିଲା । ସେହି ରୋଗରେ ବ୍ରେନର ଝିଲିରେ ପାଣି ପଶିଯାଇଥାଏ । ଫଳରେ ଶିଶୁଟିର ମୁଣ୍ଡ ସାମାନ୍ୟ ଭାବେ ବଡ଼ ଦେଖାଯାଇଥାଏ । ଡାକ୍ତର ଶିଶିକୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କହିଥିବା ବେଳେ ପରିବାରବର୍ଗ ଦେବୀଙ୍କ ଅବତାର ଭାବି ପୂଜାପାଠ କରୁଛନ୍ତି । ଦେବୀଙ୍କ ଆଗରେ ଲୋକମାନେ ପଇସା ଚଢ଼ାଉଥିବା ମଧ୍ୟ ଦେଖାଯାଉଛି । ତେବେ ଲୋକଙ୍କର ଏହି ଅନ୍ଧବିଶ୍ୱାସ ଶିଶୁଟିର ସ୍ୱାସ୍ଥ୍ୟ ଓ ଜୀବନ ପାଇଁ ଠିକ୍ ନୁହେଁ ବୋଲି କିଛି ସମାଜସେବୀ କହିଛନ୍ତି ।