fbpx

ଦ୍ରୁତ ଗତିରେ ଯାଉଥିଲା ରାଜଧାନୀ ଏକ୍ସପ୍ରେସ, ହଠାତ୍ ଅଗକୁ ଚାଲି ଆସିଲା ମଇଁଷି: ଆଉ ତା’ପରେ…

ନୂଆଦିଲ୍ଲୀ: ରାଜଧାନୀ ଏକ୍ସପ୍ରେସ ସହ ଘଟିଯାଇଛି ଏକ ବଡ଼ ଘଟଣା । ରାଜଧାନୀ ଦିଲ୍ଲୀରୁ ଗୁଆହାଟୀ ଅଭିମୁଖେ ଯାଉଥିବା ବେଳେ ସମଷ୍ଟିପୁର-ରୋସଡ଼ା ରେଳଖଣ୍ଡ ଉପରେ ଦୁର୍ଘଟଣା ପରିସ୍ଥିତିର ସାମନା କରିଛି ଏହି ଟ୍ରେନ । ୧୦୦ରୁ ଅଧିକ ବେଗରେ ଲକ୍ଷ୍ୟସ୍ଥଳ ଅଭିମୁଖେ ଯାଉଥିବା ଏହି ଟ୍ରେନ ସାମ୍ନାକୁ ହଠାତ୍ ମାଡ଼ି ଆସିଛି ଏକ ମଇଁଷି । ଯାହାକୁ ଦେଖି ସମସ୍ତେ ଭୟଭୀତ ହୋଇ ଯାଇଥିଲେ । ସମସ୍ତଙ୍କ ଆଖିରେ ନାଚି ଉଠିଥିଲା ୫ ମାସ ତଳେ ବାଲେଶ୍ୱର ବାହାନଗାରେ ଘଟିଯାଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ।

ସୂଚନା ଅନୁସାରେ, ଅଙ୍ଗାରଘାଟ ଷ୍ଟେସନ ପାଖ ଗୁମଟୀ ନମ୍ବର ୨୭ ଦେଇ ଅତିକ୍ରମ କରୁଥିଲା ରାଜଦାନୀ ଏକ୍ସପ୍ରେସ । ଏହି ସମୟରେ ଗାଡ଼ିର ବେଗ ପ୍ରାୟ ୧୦୦ କି.ମି/ଘଣ୍ଟା ରହିଥିଲା । କିନ୍ତୁ ହଠାତ୍ କିଛି ଦୂରରେ ଏକ ମଇଁଷି ଯ୍ରାକ ଉପରେ ଠିଆ ହୋଇଥିବା ଦେଖିଥିଲେ ଡ୍ରାଇଭର । ଯାହାକୁ ଦେଖି ମନରେ ଛନକା ପଶି ଯାଇଥିଲା । ତେବେ ଉପସ୍ଥିତ ବୁଦ୍ଧି ଖଟାଇ ଡ୍ରାଇଭର ଟ୍ରେନର ଇମରଜେନ୍ସି ବ୍ରେକ ଲଗାଇବା ସହ ଗାଡ଼ିକୁ ଅଟକାଇଛନ୍ତି । କିନ୍ତୁ ଇମରଜେନ୍ସି ବ୍ରେକ ଲଗାଇବା ପରେ ଗାଡ଼ିର କ୍ୟାପଲର ପାଇପ ଫାଟି ଯାଇଛି । ଏହାପରେ ଏ ଘଟଣା ନେଇ କଣ୍ଟ୍ରୋଲ ରୁମକୁ ସୂଚନା ଦିଆଯାଇଥିଲା ଏବଂ ଚାଳକ ଧିରେ ଧିରେ ରୋସଡ଼ା ଷ୍ଟେସନ ପର୍ଯ୍ୟନ୍ତ ଟ୍ରେନ ଆଣି ପହଞ୍ଚିଥିଲେ ।

ଷ୍ଟେସନରେ ପହଞ୍ଚିବା ପରେ ଏକ୍ସପ୍ରେସର କ୍ୟାପଲର ପାଇପ ମରାମତି ହୋଇ ପୁଣିଥରେ ଲକ୍ଷ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ତେବେ ଏହି ଅଘଟଣ ପାଇଁ ଗାଡ଼ି ପ୍ରାୟ ଦେଢ ଘଣ୍ଟା ବିଳମ୍ବ ହୋଇଛି । ତେବେ ଟ୍ରେନ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତଯାଇଛି ରାଜଧାନୀ ଏକ୍ସପ୍ରେସ । ଏହାସହିତ ଶହ ।ହ ଯାତ୍ରୀଙ୍କ ଜୀବନମଧ୍ୟ ରକ୍ଷା ହୋଇପାରିଛି । ଏ ନେଇ ସମଷ୍ଟିପୁର ରେଲୱେ ମଣ୍ଡଳର ଡିଆରଏମ ବିନୟ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.