fbpx

3rd ODIରୁ ବାଦ୍ ପଡ଼ିଲେ ଅଲରାଉଣ୍ଡର ଅକ୍ସର ପଟେଲ: ବିଶ୍ୱକପରେ ଏଣ୍ଟ୍ରି ମାରିପାରନ୍ତି ଷ୍ଟାର ବୋଲର

ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି ଟିମ ଇଣ୍ଡିଆ । ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହୋଇ ଭାରତ ସିରିଜକୁ ନିଜ କବଜାରେ କରିସାରିଛି । ତେବେ ଏହାର ତୃଥୀୟ ତଥା ଶେଷ ମ୍ୟାଚ ୨୭ ତାରିଖରେ ଖେଳାଯିବାକୁ ଥିବା ବେଳେ ଏହାକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି । ଆହତ ହୋଇଥିବା ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ ଏହି ମ୍ୟାଚରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ତେବେ ଏହାପରେ ବିଶ୍ୱକପରେ ତାଙ୍କ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି । ତେବେ ଅକ୍ସର ସୁସ୍ଥ ନହେଲେ କିଏ ନେବେ ତାଙ୍କ ସ୍ଥାନ?

ବିଶ୍ୱକପ-୨୦୨୩ ପାଇଁ ଅକ୍ସର ପଟେଲ ଭାରତର ପ୍ରଥମ ପସନ୍ଦ ହୋଇ ରହିଛନ୍ତି । କିନ୍ତୁ ଏସିଆ କପ୍-୨୦୨୩ ସମୟରେ ସେ ଆହତ ହୋଇ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି । ତୃତୀୟ ମ୍ୟାଚରେ ସେ କମବ୍ୟାକ କରିବା ନେଇ ଆଶା କରାଯାଉଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରିନାହିଁ । ତୃତୀୟ ଦିନିକିଆରେ ମଧ୍ୟ ସେ ଦଳରୁ ବାଦ୍ ପଡ଼ିଛନ୍ତି । ତେଣୁ ବର୍ତ୍ତମାନ ଦିନିକିଆ ବିଶ୍ୱକପରେ ତାଙ୍କ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି । ତେବେ ତାଙ୍କ ସ୍ଥାନରେ ବିକଳ୍ପ ଖେଳାଳିଙ୍କୁ ଖୋଜିବାରେ ଲାଗିଛି ବିସିସିଆଇ । ଏହି ତାଲିକାରେ ସବୁଠୁ ଆଗରେ ରହିଛନ୍ତି ଭେଟେରାନ୍ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ । ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ କରି ଏହି ସମ୍ଭାବନାକୁ ସେ ଆଶାରେ ପରିଣତ କରିଛନ୍ତି । ବର୍ତ୍ତମାନ ଅକ୍ସର ପଟେଲ ବିଶ୍ୱକପରୁ ବାଦ୍ ପଡ଼ିଲେ ଅଶ୍ୱୀନ ଦଳରେ ସୁଯୋଗ ପାଇପାରନ୍ତି ।

ତେବେ ଅକ୍ସର ପଟେଲ ବିଶ୍ୱକପ ପୂର୍ବରୁ ସୁସ୍ଥ ହୋଇପାରନ୍ତି ବୋଲି ଆଶା କରାଯାଉଛି । ଯଦି ଅକ୍ସର ସୁସ୍ଥ ହୁଅନ୍ତି, ତେବେ ଅଶ୍ୱୀନ ବିଶ୍ୱକପରେ ସୁଯୋଗ ହରାଇବେ । କିନ୍ତୁ ଅକ୍ସର ପଟେଲ ଆହତ ଯୋଗୁଁ ଉଚିତ ସମୟରେ ସୁସ୍ଥ ନହେଲେ ତାଙ୍କ ସ୍ଥାନରେ ବିଶ୍ୱକପ ପାଇଁ ସୁଯୋଗ ପାଇବେ ଅଶ୍ୱୀନ । ତେବେ ଏହି ତାଲିକାରେ ୱାଶିଂଟନ ସୁନ୍ଦର ଅଶ୍ୱୀନଙ୍କ ପ୍ରତିଦ୍ୱନ୍ଦୀ ହୋଇଥିଲେ ମଧ୍ୟ ଅଭିଜ୍ଞତା ଏବଂ ଫର୍ମ ଦୃଷ୍ଟିରୁ ଅଶ୍ୱୀନ ଦୌଡ଼ରେ ଖୁବ ଆଗରେ ରହିଛନ୍ତି ।

Get real time updates directly on you device, subscribe now.