fbpx

PM ମୋଦୀଙ୍କ ବଡ଼ ଘୋଷଣା : ୫୧,୦୦୦ ଲୋକଙ୍କୁ ମିଳିବ ସରକାରୀ ଚାକିରୀ, ଜାଣିନିଅନ୍ତୁ କେବେ ବଣ୍ଟାଯିବ ଆପଏଣ୍ଟମେଣ୍ଟ ଲେଟର

ନୂଆଦିଲ୍ଲୀ : ମଙ୍ଗଳବାର ସେପ୍ଟେମ୍ବର ୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାରେ ଯୋଗ ଦେବେ । ସେଠଅରେ ପ୍ରାୟ ୫୧,୦୦୦ ନୂଆନିଯୁକ୍ତିର ନିଯୁକ୍ତି ଦାତାମାନଙ୍କୁ ଆପଏଣ୍ଟମେଣ୍ଟ ଲେଟର ଦେବେ । ନୂଆଦିଲ୍ଲୀର ରାୟସୀନା ସ୍ଥିତ ନେସନାଲ ମିଡିଆ ଷ୍ଟୋରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ଏବଂ ସେଠାରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଦ୍ୱାରା ନିଯୁକ୍ତି ପତ୍ର ଦେବେ ।

ଆସନ୍ତାକାଲି ସକାଳ ୧୦ଟା ୧୫ରୁ ଦିଲ୍ଲୀର ନେସନାଲ ମିଡିଆ ସେଣ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସରକାରୀ ମନ୍ତ୍ରାଳାୟ ଏବଂ କିଛି ସଂସ୍ଥାରେ ନବନିଯୁକ୍ତିକୁ ସେମାନଙ୍କ ନିଯୁକ୍ତି ପତ୍ର ପ୍ରଦାନ କରାଯିବ । ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ, ଭିଡିଓ କନଫରେନ୍ସ ଦ୍ୱାରା ବଣ୍ଟନ କରାଯିବ । ଅଗଷ୍ଟ ୨୮, ୨୦୨୩ରେ ଏକ ଚାକିରୀ ମେଳା ଆୟୋଜିତ ହୋଇଥିଲା, ସେଥିରେ ୫୧,୦୦୦ ଯୁବକଙ୍କୁ ଦେଶରେ ଚାକିରୀ ପାଇଁ ନିଯୁକ୍ତି ପତ୍ର ଦିଆଯାଇଥିଲା । ସେଠାରେ ଗୃହମନ୍ତ୍ରାଳୟର ବିବିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସୀ ବାହିନୀର ନୂତନ ନିଯୁକ୍ତିକାରୀ ମାନଙ୍କୁ ଚିଠି ପ୍ରଦାନ କରାଯାଇଥିଲା । ଏହା ଅଧିନରେ ସିଆରପିଏଫ, ବିଏସଏଫ, ଏସଏସବି, ଆସାମ ରାଇଫଲ୍ସ, ସିଏସଏଫ, ଆଇଟିବିପି, ଏନସିବି ଏବଂ ଦିଲ୍ଲୀ ପୋଲିସରେ ଯୁବକମାନଙ୍କୁ ନିଯୁକ୍ତି ଦିଆଯାଇଥିଲା ।

ଅଗଷ୍ଟ ୨୮ ପର୍ଯ୍ୟନ୍ତ ଦେଶରେ ଆଠ ଟି ରୋଜଗାର ମେଳା ଆୟୋଜିତ କରାଯାଇଛି । ସେହି ଭିତରେ ମୋଟ ୫.୫ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ଏହାପରେ ଅଗଷ୍ଟ ୨୮ରେ ଆୟୋଜିତ ହୋଇଥିବା ନିଯୁକ୍ତି ମେଳାରେ ୫୧,୦୦୦ ଲୋକଙ୍କୁ ଯୋଗଦାନପତ୍ର ପ୍ରଦାନ କରାଯାଇଥିଲା, ଅର୍ଥାତ ସରକାରୀ ଚାକିରି ପାଇଁ ମୋଟ ୬ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.