ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ସାମଲି ଘଟିଛି ଏକ ଅଭାବନୀୟ ଘଟଣା । କୋଠରୀ ଅଧିକ ଥଣ୍ଡା ହେବାରୁ ଫୋଟୋଥେରେପିରେ ରଖାଯାଇଥିବା ଦୁଇ ନବଜାତ ଶିଶୁ ମୃତ୍ୟୁ ବରଣ କରିଛନ୍ତି । ଏହି ଘରୋଇ କ୍ଲିନିକକୁ ଯାଞ୍ଚ କରିବାର ଆଦେଶ ମିଳିବା ସହିତ ଡାକ୍ତରଙ୍କୁ ଗିରଫ କରାଯାଇଛି । ଶିଶୁ ଦୁଇଙ୍କର ପରିବାର ଲୋକଙ୍କ କହିବା ଅନୁସାରେ ଡାକ୍ତର ନିତୁ ଶନିବାର ରାତିରେ ଭଲରେ ଶୋଇବା ପାଇଁ ରାତି ସାରା ଏସି ଲଗାଇଥିଲେ, ଯାହା ଫଳରେ ଶିଶୁଙ୍କର ମୃତ୍ୟୁ ହୋଇଥିଲା ।
ଏହି ଦୁଇ ଶିଶୁ ଶନିବାର ଏକ ସରକାରୀ ହସ୍ପିଟାଲରେ ଜନ୍ମ ହୋଇଥିଲେ । ଏହା ପରେ ସେମାନଙ୍କୁ ଚିକିତ୍ସା ପାଇଁ ପ୍ରାଇଭେଟ କ୍ଲିନିକୁ ପଠାଗଲା । ସେମାନଙ୍କୁ ଫଟୋଥେରୋପି ୟୁନିଟରେ ରଖା ଯାଇଥିଲା । ଏହା ପରେ ଡାକ୍ତର ନିତୁ ରାତି ସାରା ଏସି ଚଲାଇଥିଲେ । ପରଦିନ ସକାଳେ ଯେତେବେଳେ ଶିଶୁ ଦୁଇଙ୍କ ପରିବାର ଲୋକ ସେମାନଙ୍କୁ ଦେଖିବାକୁ ଯାଇଥିଲେ ସେତେବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପରିବାର ଲୋକମାନେ ବିରୋଧ ପଦର୍ଶନ କରିଥିଲେ । ଡାକ୍ତରଙ୍କୁ ଦଣ୍ଡ ଦେବାକୁ ଦାବି କରିଥିଲେ । ପୋଲିସର କହିବା ଅନୁସାରେ ପରିବାର ଲୋକ କରିଥିବା ଅଭିଯୋଗ କ୍ରମେ ସେମାନେ ଡାକ୍ତରଙ୍କୁ ଗିରଫ କରିଛନ୍ତି ,ଏବଂ ଡାକ୍ତରଙ୍କ ବିରୋଧରେ ୩୦୪ ଧାରା ଲାଗୁ ହୋଇଛି । ଏହା ମଧ୍ୟରେ ସ୍ୱାସ୍ଥ ବିଭାଗ ଏହି ଘଟଣାର ତଦନ୍ତ କରିବାକୁ ନିଷ୍ପତି ନେଇଛି ।