fbpx

ନଭେମ୍ବର ୨୭ରୁ ଭୁବନେଶ୍ୱର ବାଲିଯାତ୍ରା: ଏଥର ୮୦୦ରୁ ଅଧିକ ଷ୍ଟଲ ଖୋଲିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଭେମ୍ବର ମାସ ୨୭ ତାରିଖରୁ ଆରମ୍ଭ ହେବ ଭୁବନେଶ୍ୱର ବାଲିଯାତ୍ରା । ଏଥର ୯ ଦିନ ପର୍ଯ୍ୟନ୍ତ ବାଲିଯାତ୍ରା ଚାଲିବ । ଏଥିସହିତ ୮୦୦ରୁ ଅଧିକ ଷ୍ଟଲ ଖୋଲିବ । ଏନେଇ ଭୁବନେଶ୍ୱର ବାଲିଯାତ୍ରା କମିଟିର ପ୍ରଥମ ପ୍ରସ୍ତୁତି ବୈଠକରେ ମଞ୍ଚେଶ୍ୱର ସ୍ଥିତ ଏକ ଘରୋଇ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ବାଲିଯାତ୍ରାକୁ ସରସ ଓ ସୁନ୍ଦର କରିବା ସହ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାକୁ ମୁଖ୍ୟ ଉପଦେଷ୍ଟା ତଥା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ ।

ଅନୁଷ୍ଠାନର ଆବାହକ ଯଶୋବନ୍ତ ଓଝା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବାଲିଯାତ୍ରାର ୧ ମାସ ପୂର୍ବରୁ ଯାତ୍ରା ପଡ଼ିଆ ନିକଟରେ ଏକ ଅସ୍ଥାୟୀ ପୋଲିସ ପୋଷ୍ଟ କରାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା । ଚଳିତ ବର୍ଷ ବାଲିଯାତ୍ରାକୁ ସମଗ୍ର ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତ ସରକାରୀ ଓ ଘରୋଇ ସହଯୋଗ ଯୋଗାଇ ଦିଆଯିବ ବୋଲି ଅନୁଷ୍ଠାନର ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତ କହିଥିଲେ ।

ଏଥିସହିତ ଉକ୍ତ ବୈଠକରେ ପାର୍କିଂ, ଟ୍ରାଫିକ, ପଡ଼ିଆ ସୁରକ୍ଷା, ଓଡ଼ିଆ କଳା, ଐତିହ୍ୟ ପ୍ରଚାର ପ୍ରସାର, ସାମାଜିକ ବାର୍ତ୍ତା, ପ୍ରାଚୀନ ଓଡ଼ିଆ ନୌବାଣିଜ୍ୟ, ଓଲିଉଡ ଓ ବଳିଉଡ କଳାକାରଙ୍କୁ ଆଣିବା, ଓଡ଼ିଆ ପାରମ୍ପରିକ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ, ରାସ୍ତା ଆଲୋକୀକରଣ ଆଦି ବିଷୟରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ୮ ଶହରୁ ଅଧିକ ଷ୍ଟଲ ଖୋଲିବ । ଏଥିସହିତ ରାମଦୋଳି ଓ ମିନାବଜାର ରହିବ । ଆବର୍ଜନା ପରିଚାଳନା ସହିତ ଶୌଚାଳୟ, ପ୍ରଦୂଷଣମୁକ୍ତ ଦିଗରେ ମଧ୍ୟ ବିଏମସିର ସହଯୋଗ ଲୋଡ଼ା ଯାଇଥିଲା । ବୈଠକରେ ଉପସଭାପତି, କୋଷାଧ୍ୟକ୍ଷ, ବିଏମସି କର୍ପୋରେଟରଙ୍କ ସହିତ ୨୦୦ରୁ ଅଧିକ ସଦସ୍ୟ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.