fbpx

ଓଡ଼ିଶାରେ ବ୍ୟାନ ହେଲା ମୂଷାଙ୍କ ପାଇଁ ବ୍ୟବହୃତ ହେଉଥିବା ଅଠାଯୁକ୍ତ ବୋର୍ଡ

ଭୁବନେଶ୍ୱର: ରାଜ୍ୟରେ ମୂଷାଙ୍କୁ ମାରିବା ପାଇଁ ବ୍ୟବହୃତ ହେଉଥିବା ଅଠା ଯୁକ୍ତ ବୋର୍ଡକୁ ବ୍ୟାନ କରାଯାଇଛି । ଏହା ଓଡ଼ିଶାର ରାଜ୍ୟ ପଶୁ କଲ୍ୟାଣ ବୋର୍ଡ ଜିଲ୍ଲାର ସମସ୍ତ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଶୁମାନଙ୍କ ପ୍ରତି ଅତ୍ୟାଚାର ରୋକିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଏଥିସହ ଭାରତର ପଶୁ କଲ୍ୟାଣ ବୋର୍ଡ ମଧ୍ୟ ସୂଚନା ଦେଇଛି ଯେ, ଓଡ଼ିଶାରେ ଏହାର ଉତ୍ପାଦନ, ବିକ୍ରୟ ଏବଂ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଉଚିତ ପଦକ୍ଷେପ ନିଆଯାଉ ।

ପିପୁଲ୍ସ ଫର ଏଥିକାଲ୍ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ (PETA) ଭାରତର ଆବେଦନ ପରେ ରାଜ୍ୟ ପଶୁ କଲ୍ୟାଣ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ଏଥିସହ ପ୍ରିଭେନସନ୍ ଅଫ୍ କ୍ରୁଏଲିଟି ଟୁ ଆନିମଲ୍ସ ଆକ୍ଟ (PCA), ୧୯୬୦ ଧାରା ୧୧ରେ ପଶୁମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ବାରଣ କରାଯାଇଛି। ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହି ନିୟମକୁ ଲାଗୁ କରାଯାଇଛି।

ଓଡିଶା ସମେତ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମୂଷାମାନଙ୍କ ପାଇଁ ଅଠା ଯୁକ୍ତ ବୋର୍ଡର ବ୍ୟବହାର ବିରୋଧରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ, ଦିଲ୍ଲୀ, ଗୋଆ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ, ଲଦାଖ, ଲକ୍ଷଦ୍ଵୀପ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ସିକ୍କିମ, ତାମିଲନାଡୁ, ପଶ୍ଚିମବଙ୍ଗ ଅଠା ଯୁକ୍ତ ବୋର୍ଡ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Get real time updates directly on you device, subscribe now.