fbpx

SSC ଷ୍ଟେନୋଗ୍ରାଫର ଆବେଦନ ତାରିଖ ବୃଦ୍ଧି : ଇଚ୍ଛୁକ ଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

ଓଡି଼ଶା ଭାଷ୍କର : SSC ଷ୍ଟେନୋଗ୍ରାଫର ଗ୍ରେଡ ସି ପରୀକ୍ଷାର ଆବେଦନ ସେପ୍ଟେମ୍ବର ୨୫ରେ ଶେଷ ହୋଇଥିବା ବେଳେ ତାହାର ଆବେଦନ କରିବାର ସମୟ ସୀମାକୁ ବୃଦ୍ଧି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରି ଏହି ସୁଯୋଗର ଲାଭ ଉଠାନ୍ତୁ । ଷ୍ଟାଫ ସିଲେକ୍ସନ କମିଶନର ଗ୍ରେଡ ସି ଷ୍ଟେନୋଗ୍ରାଫର୍ସ ଡିପାର୍ଟମେଣ୍ଟାଲ ପରୀକ୍ଷା ପାଇଁ ଆବେଦନ କରିବାକୁ ପ୍ରଥମେ ଏସଏସସିର ଅଫିସିଆଲ ୱେବସାଇଟ ssc.nic.in କୁ ଯାଇ ଆବେଦନ କରନ୍ତୁ ।

ଜରୁରୀ ତାରିଖ : ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୨୫ ସେପ୍ଟେମ୍ବର ୨୦୨୩ ରହିଥିଲା, ଯାହାକୁ ଏବେ ବଢାଇ ୩ ଅକ୍ଟୋବର ୨୦୨୩ କରାଯାଇଛି । ପ୍ରାର୍ଥୀ ୩ ଅକ୍ଟୋବର ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୩୦ ବର୍ଷ ହେବା ଜରୁରୀ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ୧୦୦ ଟଙ୍କା ବୋକୁ ହେବ । କେବଳ ଅନୁସୂଚିତ ଜାତି/ଜନଜାତି/ଦିବ୍ୟାଙ୍ଗ ଏବଂ ମହିଳାଙ୍କୁ ଆବେଦନ ଶୁଳ୍କରେ ଛାଡ ମିଳିବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ଯୁକ୍ତ ୨ ପାସ କରିଥିବା ଜରୁରୀ ।

ନିଯୁକ୍ତି : ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପରୀକ୍ଷା ମାଧ୍ୟମରେ ହେବ । ଭାରତ ସରକାରଙ୍କ ଅନେକ ବିଭାଗ/ମନ୍ତ୍ରଣାଳୟ/ ସଂଗଠନରେ ଗ୍ରୁପ ସି ଏବଂ ଡି ପଦବୀରେ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ଦରମା ୪୦,୦୦୦ ଟଙ୍କା ମିଳିବ ।

ଏହିପରି କରନ୍ତୁ ଆବେଦନ :
ପ୍ରଥମେ ssc.nic.in କୁ ଯାଆନ୍ତୁ ।
ହୋମପେଜରେ ପ୍ରଥମେ ଲଗଇନ କରି ରେଜିଷ୍ଟ୍ରର କରନ୍ତୁ ।
ତା’ ପରେ ନୂଆ ରେଜିଷ୍ଟ୍ରେସନ ନଂ ଏବଂ ପାସଓ୍ଵାର୍ଡ ଦେଇ ଲଗଇନ କରନ୍ତୁ ।
ଏହାପରେ ନୂଆ ଓ୍ଵିଣ୍ଡୋରେ ଷ୍ଟେନୋଗ୍ରାଫର ଗ୍ରେଡ ସି ଏବଂ ଡି ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।
ଆବେଦନ ପତ୍ର ଭରନ୍ତୁ । ଦରକାରୀ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ ।

Get real time updates directly on you device, subscribe now.