fbpx

ଭଲ ଫିଚର୍ସ ସହ Itel ଲଞ୍ଚ କଲା ଶସ୍ତା 5G ସ୍ମାର୍ଟଫୋନ : ଜାଣିନିଅନ୍ତୁ କ’ଣ ରହିଛି ଏହାର ଦାମ

ଭୁବନେଶ୍ୱର : ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଲୋକଙ୍କ ପର୍ଯ୍ୟନ୍ତ ଅଧିକାଂଶ ଲୋକ ସ୍ମାର୍ଟଫୋନ ବ୍ୟବହାର କରନ୍ତି । କିନ୍ତୁ ମଧ୍ୟବିତ୍ତ ତଥା ଗରିବ ବର୍ଗର ଲୋକମାନେ ଅଧିକ ଟଙ୍କା ଦେଇ ସ୍ମାର୍ଟଫୋନେ କିଣି ବ୍ୟବହାର କରିପାରନ୍ତି ନାହିଁ । ତେଣୁ ଏବେ ଭାରତରେ ସବୁ ଠାରୁ ଶସ୍ତା 5G ସ୍ମାର୍ଟଫୋନ କରାଯାଇଛି । ଆଇଟେଲ ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ Itel P55 5G ଲଞ୍ଚ କରିଛି । ଏହି ଫୋନ ମାର୍କେଟରେ ୧୦,୦୦୦ ଟଙ୍କାରୁ ମଧ୍ୟ କମ ମୂଲ୍ୟରେ ମିଳୁଛି । Itel P55 5G ସହିତ Itel S23 + କୁ ମଧ୍ୟ ଇଣ୍ଟ୍ରଡ୍ୟୁସ କରିଛି । Itel P55 5G ରେ ୬.୬ ଇଞ୍ଚ HD + ଡିସପ୍ଲେ ଏବଂ ୯୦Hz ରିଫ୍ରେସ ରେଟ ଏବଂ ମିଡିଆଟେକ୍‌ ଡାଇମେନସିଟି ୬୦୮୦ ପ୍ରୋସେସର ସପୋର୍ଟ ଦିଆଯାଇଛି । ଏହି ଫୋନରେ ୮ GB RAM ଏବଂ ୧୨୮GB ଷ୍ଟୋରେଜ ପର୍ଯ୍ୟନ୍ତ ସପୋର୍ଟ ଦିଆଯାଇଛି । ତେବେ ଫୋନର ଅନ୍ୟ ସ୍ପେସିଫିକେସନ ବିଷୟରେ ଆସନ୍ତୁ ଜାଣିବା ।

Itel P55 5Gର ଫିଚର୍ସ :

. ଏହି ଫୋନ ଲଞ୍ଚ କରିବା ପରେ ମାର୍କେଟରେ 10,000 ଟଙ୍କାରୁ ବି କମ ଦାମରେ ମିଳୁଛି । ଏଥିରେ ୬.୬ ଇଞ୍ଚ HD + ଡିସପ୍ଲେ ଦିଆଯାଇଛି, ଏହା ବ୍ୟତୀତ ୯୦Hz ରିଫ୍ରେସ ରେଟ ପ୍ୟାନେଲ ସହ ୧୬୦୦ x ୭୨୦ ପିକ୍ସେଲ ରିଜୋଲ୍ୟୁସନ ମଧ୍ୟ ରହିଛି । ଏହି ଫୋନରେ ମିଡିଆଟେକ୍‌ ଡାଇମେନସନ ୬୦୮୦ ପ୍ରୋସେସର ସହ ୮ GB RAM ଏବଂ ୧୨୮ GB ROM ପର୍ଯ୍ୟନ୍ତ ଷ୍ଟୋରେଜର ସୁବିଧା ରହିଛି । ସିକ୍ୟୁରିଟି ଆଧାରରେ ଫୋନରେ ସାଇଡ- ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି ।

. ଫୋନରେ ୫୦୦୦ mAh ବ୍ୟାଟେରୀର ସୁବିଧା ମିଳୁଛି । କନେକ୍ଟିଭିଟି ବିଷୟରେ କହିବାକୁ ଗଲେ ଫୋନରେ 5G, ଡୁଆଲ୍-ବ୍ୟାଣ୍ଡ ୱାଇ-ଫାଇ, ବ୍ଲୁଟୁଥ୍, ଜିପିଏସ୍ ଏବଂ ଚାର୍ଜିଂ ପାଇଁ USB-C ପୋର୍ଟ ମିଳୁଛି । ଏହି ଫୋନ ପାଇଁ କମ୍ପାନୀ ଦୁଇ ବର୍ଷର ୱାରେଣ୍ଟି ମଧ୍ୟ ଦେଉଛି ।

. ଏଥିରେ ଡୁଆଲ ରିୟର କ୍ୟାମେରା ଦିଆଯାଇଛି । ଫୋନର ପଛ ସାଇଡରେ ୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଏବଂ ସେକେଣ୍ଡାରୀ କ୍ୟାମେରା ଏଆଇ ସେନ୍ସର ସହିତ ରହିଛି । ଏହା ବ୍ୟତୀତ ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି ।

Get real time updates directly on you device, subscribe now.