fbpx

ଚୀନ-ପାକିସ୍ତାନକୁ ଝଟକା ଦେବ ଇସ୍ରୋ: ନୂଆ ମାଷ୍ଟରପ୍ଲାନକୁ ନେଇ ଚାଲିଛି ଯୋଜନା

ନୂଆଦିଲ୍ଲୀ: ଭାରତର ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ) ଏକ ନୂଆ ଯୋଜନା ଏବଂ ନୂଆ ପଦକ୍ଷେପ ନେବାକୁ ଯାଉଛି । ତେବେ ଇସ୍ରୋର ଏହି ନୂଆ ମାଷ୍ଟରପ୍ଲାନ ବିଶେଷ କରି ଚୀନ ଏବଂ ପାକିସ୍ତାନ ପାଇଁ ଏକ ବଡ଼ ଝଟକା ସଦୃଶ ହୋଇପାରେ । ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ-୧ର ସଫଳତା ପରେ ବର୍ତ୍ତମାନ ଇସ୍ରୋ ନିଜର ରିଜିଓନାଲ ନାଭିଗେସନ ସାଟେଲାଇଟ ସିଷ୍ଟମ(IRNSS)ର ରେଞ୍ଜ ୧୫୦୦କିଲୋମିଟରରୁ ବୃଦ୍ଧି କରି ୩୦୦୦କି.ମି କରିବା ପାଇଁ ପ୍ରସ୍ତୁତି କରୁଛି । ଏହି ରେଞ୍ଜରେ ଚୀନ୍ ଏବଂ ପାକିସ୍ତାନର ସାମରିକ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ସହର ଭାରତର ସାଟେଲାଇଟ ପରିସର ମଧ୍ୟରେ ରହିବ ।

ବୈଜ୍ଞାନିକ ତଥା ବାଣିଜ୍ୟିକ ଅନୁସନ୍ଧାନ ପରିଷଦ(CSIR)ର ସ୍ଥାପନା ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଇସ୍ରୋର ମୁଖ୍ୟ ଏସ. ସୋମନାଥ । ଏଠାରେ ସେ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନର ପ୍ଲାନିଙ୍ଗ ଉପରେ ଏକ ସ୍ୱତନ୍ତ୍ର ପେଜେଣ୍ଟେସନ୍ ଦେବା ସହ ଏଜେନ୍ସିର ଫୋକସ ଉପରେ ଧାରଣା ଦେଇଥିଲେ । ଏହି ପେଜେଣ୍ଟେସନରେ ସେ କହିଥିଲେ ଯେ, ସେ IRNSSର ବେଗ ଦୁଇଗୁଣ କରିବା ନେଇ ପ୍ରକାଶ କରିଥିଲେ । ଏହାକୁ ନାମରେ ମଧ୍ୟ ଜଣାଯାଏ । ଇସ୍ରୋ ଅନୁସାରେ ବର୍ତ୍ତମାନ ଏହା ମିସାଇଲ ନାଭିଗେସନରୁ ନେଇ ଟ୍ରାନ୍ସପୋର୍ଟେସନ, ସାଇଣ୍ଟିଫିକ ରିସର୍ଚ୍ଚ, ପର୍ସନାଲ ମୋବିଲିଟି ଇତ୍ୟାଦି ସେବା ଯୋଗାଇ ଦେଉଛି ।

 ISRO, chandrayaan-3, aditya l-1

NavIC (Navigation with Indian Constellation)କୁ ୭ଟି ସାଟେଲାଇଟ୍ସର ତାରାମଣ୍ଡଳ ସହ ଡିଜାଇନ୍ କରାଯାଇଥିବା ବେଳେ ଏହା ସପ୍ତାହକୁ ୭ ଦିନ ଏବଂ ୨୪ ଘଣ୍ଟା ଅପରେଟ ହୋଇପାରେ । ଇସ୍ରୋ ଅନୁସାରେ, IRNSSର ୩ ସାଟେଲାଇଟକୁ ଭୂସ୍ଥଳୀୟ କକ୍ଷରେ ୩୨.୫୦ଏଫ ଫାରେନହାଇଟ, ୮୩୦ଇ ଏବଂ ୧୨୯.୫୦ଇରେ ରଖାଯାଇଥାଏ । ତେବେ ଅନ୍ୟ ୪ଟି ସାଟେଲାଇଟର ପରିସ୍ଥିତି ଏପରି ହୋଇନଥାଏ ।

Get real time updates directly on you device, subscribe now.