fbpx
BSKY SKY
BSKY SKY

(video)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚା’ ଓ ସାଣ୍ଡୱିଚ୍ ପରଷିଲା ରୋବଟ୍‌, ଭିଡିଓ ସେୟାର କରି କ’ଣ ଲେଖିଲେ ପ୍ରଧାନମନ୍ତ୍ରୀ ଦେଖନ୍ତୁ

BSKY

ଅହମ୍ମଦାବାଦ: ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଗୃହରାଜ୍ୟ ଗୁଜୁରାଟ ଗସ୍ତରେ ଅଛନ୍ତି । ଭାଇବ୍ରେଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀର ୨୦ ବର୍ଷ ପୂରଣ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଅହମ୍ମଦାବାଦ ଯାଇଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ସାଇନ୍ସ ସିଟିର ରୋବଟିକ୍ ଗ୍ୟାଲେରୀରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ସ୍ୱାଗତ କରିବା ଲାଗି ରୋବଟଙ୍କ ପୁରା ଫୌଜ ଭିଡ ଲଗାଇଥିଲେ । ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ତାହା ଥିଲା ଯେତେବେଳେ ଏକ ଚା’ ବାଲା ରୋବଟ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଚା’ ଓ ସ୍ୟାଣ୍ଡୱିଚ୍ ଆଣି ପହଞ୍ଚିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସ(ଟ୍ୱିଟର)ରେ ରୋବଟିକ ଗ୍ୟାଲେରୀର ଏକ ଭିଡିଓ ସେୟାର କରିଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ରୋବଟିକ୍ସ ସହିତ ଭବିଷ୍ୟତରେ ଅନନ୍ତ ସମ୍ଭାବନାର ସନ୍ଧାନ’ । ଭିଡିଓରେ ଦେଖିବାକୁ ମିଳୁଛି ଏକ ରୋବଟ୍ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏକ ପ୍ଲେଟରେ ଚା’ ଓ ସାଣ୍ଡୱିଚଆଣି ପହଞ୍ଚୁଛି । ଏହା ସହିତ ଅନ୍ୟ ଏକ ରୋବଟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରୁଥିବାର ଦେଖାଯାଉଛି ।

Get real time updates directly on you device, subscribe now.