fbpx

ପ୍ରତିଦିନ ସକାଳେ କରନ୍ତୁ ଏହି କାମ, ପ୍ରତ୍ୟେକ କାମରେ ମିଳିବ ସଫଳତା, ହେବେ ଧନବାନ

ସାଧାରଣତଃ ପ୍ରତ୍ୟେକ ଲୋକ ସଫଳତା ପାଇଁ ପ୍ରତିଦିନ ଅନେକ ପରିଶ୍ରମ କରୁଛନ୍ତି । କାହାକୁ ଅଳ୍ପ ପରିଶ୍ରମରେ ସଫଳତା ମିଳୁଛି ତ କାହାକୁ ବହୁ କଷ୍ଟ କରିବା ପରେ ସଫଳତା ମିଳୁଛି । ହେଲେ ଅନେକ ଅଛନ୍ତି ଯେଉଁମାନେ ଅନେକ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳୁନାହିଁ । ଏନେଇ ଗରୁଡ ପୁରାଣରେ ବର୍ଣ୍ଣନା କରାଯାଇଛି । ଗରୁଡ ପୁରାଣକୁ ମହାପୁରାଣର ଆଖ୍ୟା ଦିଆଯାଇଛି । ତେବେ ଗୁରୁଡ ପୁରାଣରେ ଏହା କୁହାଯାଇଛି ଯେ, ଯଦି ଆପଣ ପ୍ରତ୍ୟେକ କାମରେ ସଫଳତା ପାଇବାକୁ ଚାହୁଁଛନ୍ତି ଏବଂ ପ୍ରତ୍ୟେକ ଦିନକୁ ଭଲ କରିବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ଉଠୁ ଉଠୁ ସକାଳୁ କିଛି କାମ ଅବଶ୍ୟ କରନ୍ତୁ ।

ଗରୁଡ ପୁରାଣ ଅନୁସାରେ ଖୁସି ଏବଂ ଜୀବନରେ ସଫଳତା ପାଇବା ପାଇଁ ବ୍ୟକ୍ତିର ହୃଦୟ ଏବଂ ମନ ଶୁଦ୍ଧ ହେବା ଅବଶ୍ୟକ । ସକାଳୁ ଉଠି ଶୀଘ୍ର ସ୍ନାନ କରନ୍ତୁ । ଏଥିସହ କିଛି ସମୟ ମେଡିଟେସନ କରନ୍ତୁ । ଏଥିରେ ଆପଣଙ୍କୁ ଶାରୀରିକ-ମାନସିକ ମଜବୁତ ଏବଂ ଶୁଦ୍ଧତା ମିଳିବ ।

ସ୍ନାନ ପରେ ପୂଜା-ପାଠ ନିଶ୍ଚିତ କରନ୍ତୁ । ସମୟ କମ ଥିଲେ ମଧ୍ୟ ଆପଣ ଘରେ ଦୀପ-ଧୂପ ନିହାତି ଜଳାନ୍ତୁ । ଉପରି କରିବାରେ ପରିବେଶ ସକରାତ୍ମକ ରହିବ ।

ପୂଜା-ପାଠ , ମନ୍ତ୍ରୋଚାରର ସକରାତ୍ମକ ପ୍ରଭାବ ଆମ ମନ ଏବଂ ମସ୍ତିଷ୍କ ଉପରେ ପଡିଥାଏ । ଏଥିସହ ମନ୍ତ୍ରରେ ବହୁତ ଶକ୍ତି ଅଛି ଏହା ବଡ ବଡ କଷ୍ଟ, ସମସ୍ୟାକୁ ଦୂର କରିଦେଇଥାଏ । ଏହା ବ୍ୟତୀତ ସକାଳ ସମୟରେ ମନ୍ତ୍ର ଜପ କରିବା ଦ୍ୱାରା ବଡ ବଡ ବାଧା ବିଘ୍ନ ଦୂର ହୋଇଯାଏ ।

ଭଗବାନଙ୍କ ପୂଜା କରିବା ସହ ଭୋଗ ନିହାତି ଲଗାନ୍ତୁ । ପ୍ରତିଦିନ ସକାଳେ ଯାହା ମଦ୍ୟ ରୋଷେଇ କରୁଛନ୍ତି ତାକୁ ଶୁଦ୍ଧତା ସହ କରନ୍ତୁ, ଭଗବାନଙ୍କୁ ଦେବା ପରେ ନିଜେ ଖାଆନ୍ତୁ ।

ସର୍ବଦା ନିଜ ଆୟରୁ କିଛି ଅର୍ଥ ଦାନ କରନ୍ତୁ । ଅନ୍ୟର ସାହାଯ୍ୟ କରିବା ଦ୍ୱାରା ଦେବତା-ଦେବୀ ପ୍ରସନ୍ନ ହୋଇଥାନ୍ତି । ଏଥିସହ କେବେହେଲେ ଘରେ ଧନର ଅଭାବ ରୁହେନାହିଁ ।

Get real time updates directly on you device, subscribe now.