fbpx
BSKY SKY
BSKY SKY

ଭୟାନକ ଦୁର୍ଘଟଣାର ସାମ୍ନା କଲେ କ୍ୟାବିନେଟ ମନ୍ତ୍ରୀ ଆଶୀଷ ପଟେଲ୍‌, ହସ୍ପିଟାଲରେ ଭର୍ତ୍ତି

BSKY

ମିର୍ଜାପୁର: ସାଂସଦ ଅନୁପ୍ରିୟା ପଟେଲ ଓ ଯୋଗୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଆଶିଷ ପଟେଲ ଆଜି ଅର୍ଥାତ୍ ବୁଧବାର ଭୟଙ୍କର ଦୁର୍ଘଟଣାର ସମ୍ମୁୁଖୀନ ହୋଇଛନ୍ତି । ଜଣେ ବାଇକ୍ ଚାଳକଙ୍କୁ ବଞ୍ଚାଇବା ଲାଗି ଅଚାନକ ତାଙ୍କ ଆଗରେ ଚାଲୁଥିବା ଏକ ଗାଡି ବ୍ରେକ୍ ମାରିବାରୁ ଦ୍ରୁତ ଗତିରେ ଥିବା ତାଙ୍କ କାର୍ ପିଟି ହୋଇଯାଇଥିଲା । ଦୁର୍ଘଟଣାରେ ଗାଡିର ଆଗପଟ ଭାଙ୍ଗି ଚୁରମାର ହୋଇଯାଇଛି । ଗାଡିରେ ଏୟାରବ୍ୟାଗ ଖୋଲି ନ ଥିବାରୁ ଦୁର୍ଘଟଣାରେ ମନ୍ତ୍ରୀ ଗଭୀର ଭାବରେ ଆହତ ହୋଇଛନ୍ତି । ତାଙ୍କ ଗୋଡ ଓ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କୁ ମିର୍ଜାପୁର ମଣ୍ଡଳୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲକ୍ଷ୍ନୌରୁ ମିର୍ଜାପୁର ଆସୁଥିବା ସମୟରେ ପ୍ରୟାଗରାଜ ମେଜା ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଯୋଗୀ ସରକାରରେ ପ୍ରଯୁକ୍ତି ଓ ଶିକ୍ଷା ମନ୍ତ୍ରୀ ଥିବା ଆଶୀଷ ପଟେଲ ଲକ୍ଷ୍ନୌରୁ ମିର୍ଜାପୁର ନିଜ ସମର୍ଥକଙ୍କ ସହ ଆସୁଥିଲେ । ତାଙ୍କ ସମର୍ଥକଙ୍କ ଗାଡି ଅଚାନକ ଆଗକୁ ଆସିଯାଇଥିବା ଜଣେ ବାଇକ ଚାଳକଙ୍କୁ ବଞ୍ଚାଇବା ଲାଗି ବ୍ରେକ୍ ମାରି ଦେବାରୁ ଆଶୀଷ ପଟେଲଙ୍କ ଡ୍ରାଇଭର ବି ଅନିୟନ୍ତ୍ରିତ ହୋଇଯାଇଥିଲେ ଓ ପଛରୁ ଯାଇ ପିଟି ହୋଇଯାଇଥିଲେ । ଆଶୀଷ ପଟେଲଙ୍କୁ ତୁରନ୍ତ ଅନ୍ୟ ଏକ ଗାଡିରେ ନିଆଯାଇ ମିର୍ଜାପୁର ମଣ୍ଡଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେଠାରେ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି ।

Get real time updates directly on you device, subscribe now.