fbpx

ରାଷ୍ଟ୍ରୀୟ ବୀଜ ନିଗମରେ ଜୁନିୟର ଅଫିସର ଓ ଟ୍ରେନି ପଦ ଲାଗି ଆବେଦନ ତାରିଖ ବଢିଲା, କେତେ ରହିଛି ଦରମା ଓ କିପରି କରିବେ ଆବେଦନ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ବୀଜ ନିଗମ ଲିମିଟେଡ୍ ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ଲାଗି ଆବେଦନପତ୍ର ଆହ୍ୱାନ କରାଯାଇଥିଲା । ଏବେ ଏହାର ଆବେଦନ ତାରିଖକୁ ବୃଦ୍ଧି କରାଯାଇ ୧୦ ଅକ୍ଟୋବର ୨୦୨୩ କରି ଦିଆଯାଇଛି । ଯେଉଁ ଆଶାୟୀ ପ୍ରାର୍ଥୀ ଏଥିରେ ଭାଗ ନେବାକୁ ଚାହୁଁଛନ୍ତି ଓ ଏ ପର୍ଯ୍ୟନ୍ତ ଆବେଦନ କରିନାହାନ୍ତି ସେମାନେ ତୁରନ୍ତ ଏହାର ଅଫିସିଆଲ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ ।

ଏଠାରେ ସୂଚାଇ ଦିଆଯାଇପାରେ ରାଷ୍ଟ୍ରୀୟ ବୀଜ ନିଗମ ଲିମିଟେଡ୍ ପକ୍ଷରୁ ମୋଟ ୮୯ ଜୁନିୟର ଅଫିସର ମ୍ୟାନେଜମେଣ୍ଟ ଟ୍ରେନି ଓ ଟ୍ରେନି ପଦ ଲାଗି ଆବେଦନପତ୍ର ଆହ୍ୱାନ କରାଯାଇଥିଲା । ଏଥିପାଇଁ ପୂର୍ବରୁ ଆବେଦନ ତାରିଖ ୨୫ ସେପ୍ଟେମ୍ବର ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏବେ ଏହି ତାରିଖକୁ ବୃଦ୍ଧି କରାଯାଇଛି । ଯଦି କୌଣସି କାରଣ ବଶତଃ କୌଣସି ଆଶାୟୀ ଏଥିନିମନ୍ତେ ଆବେଦନ କରିପାରି ନାହାନ୍ତି ତେବେ ସେମାନେ ଏବେ ପୁନଶ୍ଚ ଏଥିପାଇଁ ଫର୍ମ ଭରିପାରିବେ ।

ଏଥିପାଇଁ ଅନଲାଇନ ଫର୍ମ ରାଷ୍ଟ୍ରୀୟ ବୀଜ ନିଗମ ଲିମିଟେଡ୍‌ର ଅଫିସିଆଲ ୱେବସାଇଟ୍ indiaseeds.com ରେ ଉପଲବ୍ଧ । ଏହି ନିଯୁକ୍ତି ଲାଗି ପ୍ରାର୍ଥୀ କେବଳ ଅନଲାଇନରେ ଫର୍ମ ଭରିପାରିବ । ଅନ୍ୟ କୌଣସି ମାଧ୍ୟମରେ ଭରା ଯାଇଥିବା ଆବେଦନକୁ ଗ୍ରହଣ କରାଯିବ ନାହିଁ । ଏଥିପାଇଁ ଆବେଦନ ଶୁଳ୍କ ୫୦୦ଟଙ୍କା ଧାର୍ଯ୍ୟ କରାଯାଇଛି । ଅନ୍ୟପକ୍ଷରେ ଦିବ୍ୟାଙ୍ଗ, ଏସସି, ଏସଟି ଶ୍ରେଣୀର ପ୍ରାର୍ଥୀ ନିଃଶୁଳ୍କ ଆବେଦନ କରିପାରିବେ ।
ଜୁନିୟର ଅଫିସର ୧ ପାଇଁ ଯେଉଁ ପ୍ରାର୍ଥୀମାନଙ୍କୁ ଚୟନ କରାଯିବ ସେମାନଙ୍କ ମାସିକ ଦରମା ୩୭୨୨୪, ମ୍ୟାନେଜମେଣ୍ଟ ଟ୍ରେନିଙ୍କ ମାସିକ ଦରମା ୫୫୬୮୦ ଓ ଟ୍ରେନି ପଦରେ ମନୋନୀତ ପ୍ରାର୍ଥୀଙ୍କ ଦରମା ୨୩୬୬୪ଟଙ୍କା ରହିବ ।

Get real time updates directly on you device, subscribe now.