fbpx
BSKY
BJD MC SKY
BJD MS SKY

ମଣିଷ ନୁହେଁ ୪୨ଟି କୁକୁର ସହ ରଖୁଛନ୍ତି ଶାରୀରିକ ସମ୍ପର୍କ, କରୁଛି ଦୁଷ୍କର୍ମ: ବ୍ୟକ୍ତିଙ୍କ ବିଷୟରେ ଜାଣିଲେ ଉଡ଼ିଯିବ ହୋସ୍

ଜଣେ ବ୍ୟକ୍ତି କୁକୁର ସହ ଶାରୀରିକ ସମ୍ପର୍କ ରଖିବାକୁ ଭଲ ପାଆନ୍ତି । ଯେଉଁଥି ପାଇଁ ସେ କୁକୁରଙ୍କ ସହ ଦୁଷ୍କର୍ମ କରନ୍ତି । ଗୋଟିଏ କି ଦୁଇଟି ନୁହେଁ, ସେ ୪୨ଟି କୁକୁରଙ୍କୁ ଅନେକ ଥର ଦୁଷ୍କର୍ମ କରିଛନ୍ତି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କି କୁକୁର ଠାରୁ ଦେହ ସୁଖ ନେଉଥିବା ଏହି ବ୍ୟକ୍ତିଜଣକ ପେଶାରେ ଜଣେ କୁମ୍ଭୀର ବିଶେଷଜ୍ଞ । କୁକୁରମାନଙ୍କ ସହିତ ଦୁଷ୍କର୍ମ କରି ସେମାନଙ୍କୁ ହତ୍ୟା କରିବା ଦୃଶ୍ୟର ଭିଡିଓ ଉତ୍ତୋଳନ କରି ଅନ୍ଲାଇନ୍ରେ ପୋଷ୍ଟିଙ୍ଗ୍ କରିଥିବା କଥା ଜଣେ କୁମ୍ଭୀର ବିଶେଷଜ୍ଞ ସ୍ବୀକାର କରିଛନ୍ତି । ସେ ହେଉଛନ୍ତି ଅଗ୍ରଣୀ ବ୍ରିଟିସ୍ ପ୍ରାଣୀ ବିଶେଷଜ୍ଞ ଆଦମ୍ ବ୍ରିଟନ୍। ଅଷ୍ଟ୍ରଲିଆର ଏକ ଅଦାଲତରେ ସେ ନିଜେ ସ୍ୱୀକାର କରିଛନ୍ତି କି କୁକୁରମାନେ ମରିବା ପର୍ୟ୍ୟନ୍ତ ସେ ସେମାନଙ୍କୁ ନିର୍ୟାତନା ଦେଇଛନ୍ତି। ସେ ସବୁ ଦୃଶ୍ୟ କ୍ୟାମେରାରେ ରେକର୍ଡ ମଧ୍ୟ କରାଯାଇଛି।

ତାଙ୍କ ବିରୋଧରେ ଆଗତ ୬୦ଟି ଅଭିଯୋଗ ମଧ୍ୟରୁ ଏଭଳି ଅଭିଯୋଗ ମଧ୍ୟ ରହିଛି କି ସେ ଅନ୍ଲାଇନ୍ରୁ ଶିଶୁଙ୍କ ପ୍ରତି ପାଶବିକ ଅତ୍ୟାଚାରର ଫଟୋ ଭିଡିଓ ଇତ୍ୟାଦି ମଧ୍ୟ ଆକ୍ସେସ୍ କରିଛନ୍ତି । ଆଉ ଏକଥା ମଧ୍ୟ ଆଦମ୍ ନିଜେ ସ୍ବୀକାର କରିଛନ୍ତି। କିନ୍ତୁ, ଏ ପର୍ୟ୍ୟନ୍ତ ତାଙ୍କ ପ୍ରତି ଦଣ୍ଡବିଧାନ କରାଯାଇ ନାହିଁ। ପ୍ରୋସିକ୍ୟୁଟର୍ ମାନେ କହିଛନ୍ତି ଯେ, ୨୦୧୪ରୁ ଆଦମ୍ ବ୍ରିଟନଙ୍କର ପାଶବିକ ଉତ୍ପୀଡ଼ନ ପ୍ରତି ଆଗ୍ରହ ଜାତ ହୋଇଛି। ସେଥିପାଇଁ ସେ ନିଜେ ପାଳିଥିବା ପୋଷା କୁକୁର ଓ ଅନ୍ୟ ମାଲିକମାନେ ତାଙ୍କ ତତ୍ତ୍ବାବଧାନରେ ଛାଡ଼ିଥିବା ପୋଷା କୁକୁରଙ୍କ ସହିତ ଦୁଷ୍କର୍ମ କରିଛନ୍ତି।

କୌଣସି କାର୍ୟ୍ୟରେ କି, ଭ୍ରମଣ ଉଦ୍ଦେଶ୍ୟରେ କିଛି ଦିନ ପାଇଁ ବାହାରକୁ ଯାଉଥିବା ପୋଷା କୁକୁରଙ୍କ ଦେଖାଶୁଣା ଦାୟିତ୍ବ ଦେବାକୁ ଚାହୁଁଥିବା ଲୋକମାନଙ୍କର ସନ୍ଧାନ ନେଇଥାଆନ୍ତି ବ୍ରିଟନ୍ । ଆଉ ପୋଷା କୁକୁରଙ୍କ ଦେଖାଶୁଣା ଦାୟିତ୍ୱ ନିଜେ ନେବା ପରେ ସେମାନଙ୍କ ସହ ଅପକର୍ମ କରନ୍ତି । ଦୂରସ୍ଥାନରେ ଥାଇ ମାଲିକମାନେ ସେମାନଙ୍କ କୁକୁର ବିଷୟରେ ଖବର ନେବାକୁ ଚାହିଁଲେ ବ୍ରିଟନ୍ ମିଛ କୁହନ୍ତି ଏବଂ କୁକୁରର ପୁରୁଣା ଫଟୋ ପଠାଇ ଦିଅନ୍ତି ।

ଏଭଳି କୁକୁରଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବ୍ରିଟନ୍ ଗୋଟାଏ ‘ସିପିଙ୍ଗ୍’ କଣ୍ଟେନରକୁ ‘ଯାତନା ଗୃହ’ ବା ଟର୍ଚ୍ଚର ହାଉସ କରିଥିଲେ। ସେଥିରେ ଏ ସବୁ ଘଟଣା ରେକର୍ଡିଙ୍ଗ୍ କରିବା ବ୍ୟବସ୍ଥା ଥିଲା। ପ୍ରାଣୀ ବିଜ୍ଞାନରେ ‘ପିଏଚ୍ଡି’ କରିଥିବା ବ୍ରିଟନ୍ ଗିରଫ ହେବା ଆଗରୁ ୧୮ ମାସ ମଧ୍ୟରେ ନିର୍ୟାତନା ଦେଇଥିବା ୪୨ଟି କୁକୁରଙ୍କ ମଧ୍ୟରୁ ୩୯ଟି କୁକୁରଙ୍କର ମୃତ୍ୟୁ ଘଟିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.