fbpx

ବର-କନ୍ୟା ଓ ୧୦୦ରୁ ଅଧିକ ଶବ : ବିବାହ ସମାରୋହରେ ଲାଗିଲା ଭୟଙ୍କର ନିଆଁ, ସାମ୍ନାକୁ ଆସିଲା Video

ବାଗଦାଦ : ଇରାକର ଏକ ବିବାହ ସମାରୋହରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବିବାହ ଭୋଜି ସମୟରେ ହଠାତ୍ ନିଆଁ ଲାଗିଯିବାରୁ ୧୦୦ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସେହିପରି ୧୫୦ରୁ ଉଦ୍ଧ୍ୱର୍ ଗୁରୁତର ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ହେବ ବୋଲି କୁହାଯାଉଛି । ମୃତକଙ୍କ ମଧ୍ୟରେ ଉଭୟ ବରକନ୍ୟା ଥିବା ସୂଚନା ମିଳିଛି ।

ଏଭଳି ଏକ ହୃଦୟବିଦାରକ ଘଟଣା ଉତ୍ତର ଇରାକର ନେନେଭାରେ ଘଟିଛି । ଇରାକର ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବିବାହ ଭୋଜିର ଆୟୋଜନ କରାଯାଇଥିଲା । ସେଠାରେ ତମ୍ବୁ ପଡିଥିଲା । ଲୋକ ଗହଳି ମଧ୍ୟ ଲାଗି ରହିଥିଲା । ତେବେ କେତେକ ଲୋକ ଟେଣ୍ଟ ଭିତରେ ବାଣ ଫୁଟାଇ ଉତ୍ସବ ମନାଇଥିଲେ । ହଠାତ୍ ବାଣରୁ ନିଆଁ ଲାଗି ପୁରା ଟେଣ୍ଟ ଓ ଭୋଜି ସ୍ଥାନ ଜଳିଯାଇଥିଲା । ଫଳରେ ଭିତରେ ଥିବା ଲୋକମାନେ ବାହାରକୁ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଥିଲେ ।

ଖବର ପାଇ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ôଚ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଦୀର୍ଘ ସମୟ ପରେନିଆଁକୁ ଆୟତ୍ତ କରାଯାଇଥିଲା ଓ ଉଦ୍ଧାର ଗୁରୁତରଙ୍କୁ ହସ୍ପିଟାଲ ପଠାଯାଇଥିଲା । ତେବେ ଏତେ ସଂଖ୍ୟକ ଲୋକଙ୍କ ପାଇଁ ହସ୍ପିଟାଲରେ ବେଡର ଅଭାବ ଦେଖାଦେଇଥିଲା । ପୋଲିସ ସମସ୍ତ ୧୧୩ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.