fbpx

ବଢିଲା ଗ୍ରେଡ୍ ସି’ ଷ୍ଟେନୋଗ୍ରାଫର ପଦବୀ ଲାଗି ଆବେଦନ କରିବାର ସମୟସୀମା, ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ ଅର୍ଥାତ୍ SSC ପକ୍ଷରୁ ଗ୍ରେଡ୍ ସି’ ଷ୍ଟେନୋଗ୍ରାଫର ପଦବୀ ଲାଗି ଆବେଦନ କରିବାର ସମୟସୀମାକୁ ବୃଦ୍ଧି କରାଯାଇଛି । ଏହି ପଦବୀରେ ନିଯୁକ୍ତି ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯେଉଁମାନେ ଏଥିପାଇଁ ଆବେଦନ କରିନାହାନ୍ତି ସେମାନେ ଅଫିସିଆଲ ୱେବସାଇଟ୍ ssc.nic.in କୁ ଯାଇ ଆବେଦନ କରିପାରିବେ ।

ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଏହି ନିଯୁକ୍ତି ଲାଗି ଆବେଦନ କରିବାର ଶେଷ ତାରିଖ ୨୧ ଅକ୍ଟୋବର ୨୦୨୩କୁ ବୃଦ୍ଧି କରାଯାଇଛି । ଏହି ପରୀକ୍ଷା ସିବିଟି ମୋଡ୍‌ରେ ଆୟୋଜିତ ହେବ । ପରୀକ୍ଷା ଫେବୃୟାରୀ-ମାର୍ଚ୍ଚ ୨୦୨୪ରେ ଆୟୋଜିତ ହେବ ।
ଖାଲିଥିବା ପଦ: ୨୦୨୦ ବର୍ଷ ଲାଗି ୧୨୭,୨୦୨୧ବର୍ଷ ଲାଗି ୧୩୪ ଏବଂ ୨୦୨୨ ଲାଗି ୩୬ ।

ପ୍ରାର୍ଥୀ ଅନଲାଇନ୍ ଆବେଦନ ପତ୍ର ଭରିବା ପରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ଅଫିସିଆଲ ୱେସାଇଟରେ ଦିଆଯାଇଥିବା ଠିକଣାରେ ଏହା ପଠାଇବେ । ତେବେ ଆବେଦନ କରିବା ପୂର୍ବରୁ ପ୍ରାର୍ଥୀ ଅଫିସିଆଲ ବିଜ୍ଞପ୍ତିକୁ ଭଲ ଭାବରେ ପଢିନେବା ଉଚିତ ।

Get real time updates directly on you device, subscribe now.