ନୂଆଦିଲ୍ଲୀ : ନଥିଂ କମ୍ପାନୀ କିଛି ମାସ ପୂର୍ବରୁ ହିଁ ବଜାରକୁ Nothing Phone 2 ଲଞ୍ଚ କରିଛି । କମ୍ପାନୀ ଏହି ସ୍ମାର୍ଟ ଫୋନକୁ ୩ଷ୍ଟୋରେଜ ଭେରିଏଣ୍ଟରେ ଲଞ୍ଚ କରିଛି, ଯେଉଁଥିରେ ଗୋଟିଏ 8GB/12GB ଦ୍ୱିତୀୟଟି 12 GB/256 GB ଏବଂ ତୃତୀୟଟି ହେଲା 12 GB/512GB ଅଟେ । ମୋବାଇଲ ଫୋନର ମୂଲ୍ୟ ୪୪,୯୯୯ ରୁ ଆରମ୍ଭ ହେଉଛି । ଯେତେବେଳେ କି, 12 / 256GB ଭାରିଆଣ୍ଟର ମୂଲ୍ୟ ୪୪,୯୯୯ ଟଙ୍କା ଅଟେ । କିନ୍ତୁ ଆପଣ ଏହି ଭାରିଆଣ୍ଟକୁ ମାତ୍ର ୩୨,୯୯୯ ଟଙ୍କାରେ କିଣି ପାରିବେ । କେବଳ ଏତିକି ନୁହେଁ ଫ୍ଲିପକାର୍ଟରେ ୪,000 ଟଙ୍କାର ଅତିରିକ୍ତ ଏକ୍ସଚେଞ୍ଜ ରିହାତି ମଧ୍ୟ ଦିଆଯାଉଛି ।
ବାସ୍ତବରେ, ପାର୍ବଣ ଋତୁ ସମୟରେ ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟରେ ବିଗ ବିଲିୟନ ଡେ ଆରମ୍ଭ ହେବାକୁ ଯାଉଛି । ଏହି ବିକ୍ରିରେ ନୂତନ ଲଞ୍ଚ ହୋଇଥିବା Nothing Phone 2ରେ ଆକର୍ଷଣୀୟ ରିହାତି ଦିଆଯାଉଛି । ନଥିଂ ବ୍ୟତୀତ ରିଅଲମି, ଇନଫିନିକ୍ସ, ମୋଟରୋଲା ଇତ୍ୟାଦି ସ୍ମାର୍ଟଫୋନରେ ମଧ୍ୟ ଭଲ ଡିଲ ଉପଲବ୍ଧ ଅଛି । Nothing Phone 2ରେ, ଆପଣ 120hzର ରିଫ୍ରେଶ ହାର ସହିତ ୬.୭ଇଞ୍ଚର ଫୁଲ HD + ଡିସପ୍ଲେ ପାଇପାରିବେ । ଫଟୋଗ୍ରାଫି ପାଇଁ, ଫୋନରେ 50MP + 50MP ର ଦୁଇଟି କ୍ୟାମେରା ଅଛି । ଆଗରେ ମଧ୍ୟ ଏକ 32MPର କ୍ୟାମେରା ରହିଛି ।
। ମୋବାଇଲ ଫୋନ Qualcomm Snapdragon 8+ Gen 1 ପ୍ରୋସେସରରେ କାମ କରେ । ଏହା ବ୍ୟତୀତ ଏହି ସ୍ମାର୍ଟଫୋନରେ 4700 mAh ବ୍ୟାଟେରୀ ଅଛି । ଏହି ଫୋନେକୁ ଆପଣ ଧୂସର ଏବଂ ଧଳା ରଙ୍ଗରେ କିଣି ପାରିବେ ।